Advertisement
Article Detail0/zeeodisha/odisha695587
Zee OdishaOdisha National-Internationalଦେଶରେ ୧୦ ହଜାର ମୁହାଁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ଦେଶରେ ୧୦ ହଜାର ମୁହାଁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ସମଗ୍ର ଦେଶରେ ଏବେ ୩ଲକ୍ଷ ୨୦ ହଜାର ୯୨୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ ୧୦ ହଜାର ଅଭିମୁଖେ ଅଗ୍ରସର ହେଲାଣି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ସମୁଦାୟ ୯୧୯୫ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଠିକ ସେହିପରି ଏହି ସମୟ ମଧ୍ୟରେ ୧୧୯୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଭାରତ ପାଇଁ ପ୍ରଥମ ଘଟଣା । 

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ସମଗ୍ର ଦେଶରେ ଏବେ ୩ଲକ୍ଷ ୨୦ ହଜାର ୯୨୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୧ଲକ୍ଷ ୬୨ ହଜାର ୩୭୯ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ କେବଳ ୧ଲକ୍ଷ ୪୯ ହଜାର ୩୪୮ଟି ଆକ୍ଟିଭ କେସ ରହିଛି । 

About the Author