ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୦୨୧୫ରେ ପହଞ୍ଚିଛି । ସେହିପରି ୧୪୦୧୧ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୧୨ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
312 deaths and spike of 14933 new #COVID19 positive cases reported in India in last 24 hrs.
Positive cases in India stand at 440215 including 178014 active cases, 248190 cured/discharged/migrated & 14011 deaths: Ministry of Health pic.twitter.com/umx0uWIsKU
— ANI (@ANI) June 23, 2020
ତେବେ ଏହାକୁ ମିଶାଇ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୦୨୧୫ରେ ପହଞ୍ଚିଛି । ସେହିପରି ୧୪୦୧୧ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୪୮ ହଜାର ୧୯୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧ଲକ୍ଷ ୭୮ ହଜାାର ୧୪ଟି ଆକ୍ଟିଭ କେସ ରହିଛି ।