Advertisement
Article Detail0/zeeodisha/odisha2754220
Zee OdishaOdisha National-International32 AIRPORTS RESUMED : ଅପରେସନ୍‍ ସିନ୍ଦୂର: ଖୋଲିଲା ବିମାନବନ୍ଦର

32 AIRPORTS RESUMED : ଅପରେସନ୍‍ ସିନ୍ଦୂର: ଖୋଲିଲା ବିମାନବନ୍ଦର

ଭୁବନେଶ୍ୱର: ଯୁଦ୍ଧ ବିରତି ଘୋଷଣା ପରେ  ସ୍ୱଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି।  ବିଭିନ୍ନ ସ୍ଥାନରୁ ବ୍ଲାକ୍‍ଆଉଟ୍‍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସା

32 AIRPORTS RESUMED : ଅପରେସନ୍‍ ସିନ୍ଦୂର: ଖୋଲିଲା ବିମାନବନ୍ଦର

32 AIRPORTS RESUMED : ଭୁବନେଶ୍ୱର: ଯୁଦ୍ଧ ବିରତି ଘୋଷଣା ପରେ  ସ୍ୱଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି।  ବିଭିନ୍ନ ସ୍ଥାନରୁ ବ୍ଲାକ୍‍ଆଉଟ୍‍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ କରିଛନ୍ତି। 

ଭାରତ ସରକାରଙ୍କ ପକ୍ଷରୁ ସେମାବାରଦିନ ୩୨ଟି ବିମାନ ବନ୍ଦରରେ ନାଗରିକ ବିମାନ ଚଳାଚଳ ପାଇଁ ବିମାନ ଚଳକଙ୍କୁ ଅନୁମତି ବା ନୋଟାମ ପ୍ରଦାନ କରାଯାଇଛି। ଫଳରେ ଆଜି  ସକାଳ ୧୦ଟା ପରେ ଏହିସବୁ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ହୋଇପାରିଛି। 

ଅପରେସନ ସିନ୍ଦୁର ଜନିତ ସୃଷ୍ଟି ହୋଇଥିବା ଉତ୍ତେଜନା, ପାକିସ୍ତାନର ସୀମାପାର ଆତଙ୍କବାଦୀ ଆକ୍ରମଣ ଏବଂ ଡ୍ରୋନ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦରଗୁଡ଼ିକରେ ସୁରକ୍ଷା କଟକଣା ଲଗାଯାଇଥିଲା। ଏହି କଟକଣାଗୁଡ଼ିକ ମୁଖ୍ୟତଃ ଉତ୍ତର ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଥିବା ବିମାନବନ୍ଦରଗୁଡ଼ିକ ଉପରେ ଲାଗୁ ହୋଇଥିଲା, ଯେଉଁଠାରେ ପାକିସ୍ତାନର ଡ୍ରୋନ ଏବଂ ମିସାଇଲ ଆକ୍ରମଣର ଆଶଙ୍କା ରହିଥିଲା।

Add Zee News as a Preferred Source
About the Author