• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଫେଲ ମାରିଲା ଶାନ୍ତିବାର୍ତ୍ତା; ଆତଙ୍କୀ ହମଲାରେ ଗଡିଲା ୩୪ ମୁଣ୍ଡ

ନଭେମ୍ବର ୨୯ ତାରିଖ ରବିବାର ଦେଶରେ ୨ଟି ସ୍ଥାନରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ଆସଛି। 

ଫେଲ ମାରିଲା ଶାନ୍ତିବାର୍ତ୍ତା; ଆତଙ୍କୀ ହମଲାରେ ଗଡିଲା ୩୪ ମୁଣ୍ଡ

କାବୁଲ: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ (Afghanistan) ଶାନ୍ତି ପ୍ରତିଷ୍ଠା କରିବା ଲାଗି ଜାରି ରହିଛି ପ୍ରୟାସ। ଏହିକ୍ରମରେ ଦେଶରେ ସମାନ୍ତରାଳ ସରକାର ଚଳାଇଥିବା ଆତଙ୍କୀ ସଙ୍ଗଠନ ତାଲିବାନ (Taliban) ସହ ଶାନ୍ତି ବାର୍ତ୍ତା ଜାରି ରହିଛି। ହେଲେ ଅନ୍ୟ ପଟେ ଦେଶରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନାହିଁ। 

ନଭେମ୍ବର ୨୯ ତାରିଖ ରବିବାର ଦେଶରେ ୨ଟି ସ୍ଥାନରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ଆସଛି। ପ୍ରଥମ ଆକ୍ରମ ଏକ ଆର୍ମୀ କ୍ୟାମ୍ପକୁ (Army Camp) ଟାର୍ଗେଟ କରି କରାଯାଇଥିବା ବେଳେ ଦ୍ୱିତୀୟ ହମଲା ସ୍ଥାନୀୟ ପ୍ରାନ୍ତୀୟ ପରିଷଦ ମୁଖ୍ୟଙ୍କୁ ହତ୍ୟା କରିବା ଲାଗି କରାଯାଇଛି।  

ଏନେଇ ଆଫଗାନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ରବିବାର ଦେଶର ଗଜନୀ ସହରର ବାହ୍ୟ ଅଞ୍ଚଳରେ ଜଣେ ଆତଙ୍କୀ ଗୋଟିଏ ବିସ୍ଫୋରକ ବୋଝେଇ କାରକୁ ଆଣି ପବ୍ଲିକ ପ୍ରୋଟେକ୍ସନ ୟୁନିଟ (Public Protection Unit) ନିକଟରେ ବିସ୍ଫୋରଣ କରିଥିଲା। ଏହି ଆକ୍ରମଣରେ ୩୧ ଯବାନ ନିହତ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି। ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବହା ନେଇ ସ୍ପଷ୍ଟ କରିଛନ୍ତି ଆଫଗାନ ଆଭ୍ୟନ୍ତୀରଣ ମନ୍ତ୍ରଣାଳୟ ପ୍ରବକ୍ତା ତାରିକ ଏରିୟାନ। 

ଆଫଗାନିସ୍ତାନର ପୂର୍ବ ଗଜନି ପ୍ରଦେଶ ଅଧିକାରୀ କହିଛନ୍ତି ଆକ୍ରମଣକାରୀ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଗୋଟିଏ ସାମରିକ ଗାଡିକୁ ଧରି ସୈନ୍ୟ କମାଣ୍ଡୋ ବେସ ଠାରେ ପହଞ୍ଚି ବିସ୍ଫୋରଣ କରିଥିଲେ। ଏଥିରେ ୩୧ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି। ଗଜନୀ ହସ୍ପିଟାଲର ମୁଖ୍ୟ କହିଛନ୍ତି ମୃତକଙ୍କ ମଧ୍ୟରେ ସମସ୍ତେ ସୈନିକ ଅଛନ୍ତି। ଏଥିରେ ଜଡିତ ଆତ୍ମଘାତୀ ବିସ୍ଫୋରଣକାରୀ କାରକୁ ବିସ୍ଫୋରଣ କରି ଉଡାଇବା ପୂର୍ବରୁ  ଆର୍ମୀ କ୍ୟାମ୍ପ ଫାଟକ ଉପରେ ଗୁଳି ଚଳାଇଥିଲା।

ଦକ୍ଷିଣ ଆଫଗାନିସ୍ତାନ କର୍ତ୍ତୃପକ୍ଷ କହିଛନ୍ତି ଦେଶର ଜୁବଲ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ କାର ମାଧ୍ୟମରେ ପ୍ରାଦେଶିକ ପରିଷଦ ମୁଖ୍ୟଙ୍କ ଏକ କାଫିଲାକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ୧୨ ଆହତ ହୋଇଛନ୍ତି। ରବିବାର ହୋଇଥିବା ଆକ୍ରମଣରୁ ପରିଷଦ ମୁଖ୍ୟ ବର୍ତ୍ତି ଯିବା ସହ ସାମାନ୍ୟ ଆହତ ହୋଇଛନ୍ତି। ଗଜନୀ ଠାରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ଏହି ଘଟଣାରେ ତାଲିବାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।