ଗତ ୨୪ ଘଣ୍ଟା ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏଠାରେ ୬୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଯାହା ପରେ ଦିଲ୍ଲୀରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨,୪୯୨କୁ ବୃଦ୍ଧି ପାଇଛି ।
Trending Photos
)
ନୂଆଦିଲ୍ଲୀ: ଦେଶ ସମେତ ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜଧାନୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି । ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜଧାନୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୭,୨୪୦କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୨୩୨୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪୭,୦୯୧ କୋରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏଠାରେ ୬୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଯାହା ପରେ ଦିଲ୍ଲୀରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨,୪୯୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ମୋଟ ୨୭,୬୫୭ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୧ ହଜାର ୧୪୪ କୋରୋନା ଟେଷ୍ଟ ପରୀକ୍ଷା କରାଯାଇଥିଲା । ଯାହାକି ଗୋଟିଏ ଦିନରେ ସର୍ବାଧିକ ଟେଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ସମୁଦାୟ ୪ ଲକ୍ଷ ୫୯ ହଜାର ୧୫୬ କୋରୋନା ପରୀକ୍ଷା କରାଯାଇଛି ।
ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୪ ଲକ୍ଷ ୯୦ ହଜାର ୪୦୧ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଥିସହିତ କୋରୋନା ଯୋଗୁଁ ମୃତ୍ୟୁ ୧୫,୩୦୦ ଅତିକ୍ରମ କରିଛି । ଏହା ବ୍ୟତୀତ ୨ ଲକ୍ଷ ୮୫ ହଜାର ୬୩୭ କୋରୋନା ରୋଗୀ ଏହି ବିପଜ୍ଜନକ ଭୂତାଣୁକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।
ଗତ ୨୪ ଘଣ୍ଟା ସମୟ ମଧ୍ୟରେ ଦେଶରେ ସର୍ବାଧିକ ୧୭,୨୯୬ ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ଚିହ୍ନଟ ହୋଇଥିବା କୋରୋନା ମାମଲା । ଏହି ସମୟ ମଧ୍ୟରେ ୪୦୭ ଜଣ ସଂକ୍ରମିତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଦେଶରେ ସଂକ୍ରମିତ ସୁସ୍ଥ ହେବା ହାରରେ ସୁଧାର ଦେଖାଦେଇଛି । ଦେଶରେ ବର୍ତ୍ତମାନ ସୁସ୍ଥ ହାର ୫୮.୨୪ ପ୍ରତିଶତରେ ପହଞ୍ଚିଛି ।