ଭାରତରେ ଏପର୍ଯ୍ୟନ୍ତ ୫ଲକ୍ଷ ୪୮ ହଜାର ୩୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୬ହଜାର ୪୭୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୩୮୦ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
380 deaths and 19,459 new #COVID19 cases in last 24 hours. Positive cases in India stand at 5,48,318 including 2,10,120 active cases, 3,21,723 cured/discharged/migrated & 16,475 deaths: Ministry of Health & Family Welfare pic.twitter.com/AzEwaXMKoT
— ANI (@ANI) June 29, 2020
ଭାରତରେ ଏପର୍ଯ୍ୟନ୍ତ ୫ଲକ୍ଷ ୪୮ ହଜାର ୩୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୬ହଜାର ୪୭୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆଶ୍ୱସ୍ତିକର ବିଷୟ ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୨ଲକ୍ଷ ୧୦ହଜାର ୧୨୦ଟି ଆକ୍ଟିଭ କେସ ରହିଛି ।