ମୁମ୍ବାଇ ସର୍ବ-ଅର୍ବାନରେ ଦୌଡିବ ୪୦ ଅତିରିକ୍ତ ଟ୍ରେନ

ଜୁନ ୨୯ ତାରିଖ ସୋମବାରଠୁ ମୁମ୍ବାଇରେ ଚଳାଚଳ କରିବ ୪୦ଟି ସ୍ୱତନ୍ତ୍ର ଟ୍ରେନ | 

ମୁମ୍ବାଇ ସର୍ବ-ଅର୍ବାନରେ ଦୌଡିବ ୪୦ ଅତିରିକ୍ତ ଟ୍ରେନ

ମୁମ୍ବାଇ: ଜୁନ ୨୯ ତାରିଖ ସୋମବାରଠୁ ମୁମ୍ବାଇ ସର୍ବ-ଅର୍ବାନ(Mumbai Sub-Urban) ଅଞ୍ଚଳରେ ୪୦ ଅତିରିକ୍ତ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ରେଳବାଇ(Western Railway)| ବର୍ତ୍ତମାନ ୧୬୨ ଟ୍ରେନ ଟ୍ରାକରେ ଦୌଡୁଛି | ଅତିରିକ୍ତ ସେବା ଚାଲୁ କରିବା ପାଇଁ ରବିବାରଠୁ ରେଳବାଇ ପକ୍ଷରୁ ଅନୁମତି ମିଳିସାରିଛି |  

ବର୍ତ୍ତମାନ ପଶ୍ଚିମ ରେଳବାଇ ଅଧିନସ୍ଥ ସର୍ବ-ଅର୍ବାନ ଅଞ୍ଚଳରେ ମୋଟ ୨୦୨ ଟ୍ରେନ ଚଳାଚଳ କରିବ | ଚର୍ଚ୍ଚଗେଟ-ବୋରିଭାଲୀ ମଧ୍ୟରେ ୨୦ଟି ଟ୍ରେନ ଚାଲିବ | ଏହା ମଧ୍ୟରୁ ୧୦ଟି ଅପ ଏବଂ ୧୦ଟି ଡାଉନ ଦିଗରେ, ବୋରିଭାଲୀ-ବୋଇସର ମଧ୍ୟରେ ୨ଟି ଟ୍ରେନ ଡାଉନ ଦିଗରେ ଚଳାଚଳ କରିବ |

ଅନ୍ୟପଟେ ଟ୍ରାକରେ ଦୌଡିବାକୁ ୪ଟି ଟ୍ରେନ ମଧ୍ୟରୁ ୨ଟି ବୋଇସର-ଚର୍ଚ୍ଚଗେଟ ମଧ୍ୟରେ ଅପ ଲାଇନରେ ଚଳାଚଳ କରିବ | ଭିରାର-ବୋରିଭାଲୀ ମଧ୍ୟରେ ଚାଲିବାକୁ ଥିବା ଟ୍ରେନ ଅପ ଦିଗରେ ଗଡିବ | ଚର୍ଚଗେଟ-ଭିରାର ମଧ୍ୟରେ ଚଳାଚଳ କରିବାକୁ ଥିବା ୧୪ ଟ୍ରେନ ମଧ୍ୟରୁ ୮ଟି ଡାଉନ ଏବଂ ୬ଟି ଅପ ଲାଇନରେ ଚଳାଚଳ କରିବ | ବର୍ତ୍ତମାନର ସ୍ଥିତିରେ ମାୟାନଗରୀ ମୁମ୍ବାଇର ଜୀବନରେଖା କୁହାଯାଉଥିବା ଲୋକାଲ ଟ୍ରେନ କେବଳ  ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ଉପଲବ୍ଧ ରହିଛି |