Advertisement
Article Detail0/zeeodisha/odisha701868
Zee OdishaOdisha National-Internationalଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୫ ହଜାର ପାର୍

ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୫ ହଜାର ପାର୍

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୯୦ ହଜାର ୪୦୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୫୩୦୧ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୫ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ୫ ଲକ୍ଷ ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ୧୭୨୯୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ଏହି ସମୟ ମଧ୍ୟରେ ୪୦୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଇଛି । 

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୯୦ ହଜାର ୪୦୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୫୩୦୧ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୮୫ ହଜାର ୬୩୭ ଜଣ ସୁସ୍ଥ ହେଲେଣି । ଏବେ ୧ଲକ୍ଷ ୮୯ ହଜାର ୪୬୩ଟି ଆକ୍ଟିଭ କେସ ରହିଛି । 

About the Author