Advertisement
Article Detail0/zeeodisha/odisha699604
Zee OdishaOdisha National-Internationalଦିନକରେ ୧୪୮୨୧ ନୂଆ ମାମଲା, ୪୪୫ ମୃତ୍ୟୁ

ଦିନକରେ ୧୪୮୨୧ ନୂଆ ମାମଲା, ୪୪୫ ମୃତ୍ୟୁ

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୨୫ ହଜାର ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୩୬୯୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

ଦିନକରେ ୧୪୮୨୧ ନୂଆ ମାମଲା, ୪୪୫ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫ ଲକ୍ଷ ମୁହାଁ । ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଆଉ ୫ ଦିନ ଭିତରେ ଏହା ୫ ଲକ୍ଷ ଅତିକ୍ରମ କରିବାର ଆଶଙ୍କା ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୪୪୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣଇ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୨୫ ହଜାର ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୩୬୯୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨ଲକ୍ଷ ୩୭ ହଜାର ୧୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏବେ ୧ଲକ୍ଷ ୭୪ ହଜାର ୩୮୭ଟି ଆକ୍ସିଭ କେସ ରହିଛି । 

About the Author