Advertisement
Article Detail0/zeeodisha/odisha700743
Zee OdishaOdisha National-Internationalଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁ ସଂଖ୍ୟା ୧୫ ହଜାର ମୁହାଁ

ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁ ସଂଖ୍ୟା ୧୫ ହଜାର ମୁହାଁ

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୫୬ ହଜାର ୧୮୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୪ ହଜାର ୪୭୬ ଜଣଙ୍କ ମୃତ୍ୟୁ ହେଲାଣି ।

ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁ ସଂଖ୍ୟା ୧୫ ହଜାର ମୁହାଁ

ନୂଆଦିଲ୍ଲୀ: ଦେଶରେ ସାଢ଼େ ୪ ଲକ୍ଷ ପାର କଲା କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୬୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ଏହି ସମୟ ମଧ୍ୟରେ ୪୬୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୫୬ ହଜାର ୧୮୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୪ ହଜାର ୪୭୬ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୫୮ ହଜାର ୬୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୧ ଲକ୍ଷ ୮୩ ହଜାର ୦୨୨ ଟି ପଜିଟିଭ କେସ ରହିଛି । 

About the Author