EDର ୫ କର୍ମଚାରୀ କୋରୋନା ପଜିଟିଭ୍
Advertisement

EDର ୫ କର୍ମଚାରୀ କୋରୋନା ପଜିଟିଭ୍

ନୂଆଦିଲ୍ଲୀ ଖାନ୍ ମାର୍କେଟ ସ୍ଥିତ ନାୟକ ଭବନର କିଛି କର୍ମଚାରୀଙ୍କ ନିକଟରେ କୋରୋନା ଚିହ୍ନଟ ହୋଇଛି । ଫଳରେ ଯାଞ୍ଚ ଏଜେନ୍ସିର ସବୁ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଛି । 

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ୫ ଜଣ କର୍ମଚାରୀଙ୍କ ନିକଟରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ସ୍ପେଶିଆଲ୍ ଡାଇରେକ୍ଟର Rankର ଅଧିକାରୀ ମଧ୍ୟ ରହିଛନ୍ତି । କୋରୋନା ଚିହ୍ନଟ ପରେ ୪୮ ଘଣ୍ଟା ପାଇଁ ଦପ୍ତରକୁ ସିଲ୍ କରାଯାଇଛି । ନୂଆଦିଲ୍ଲୀ ଖାନ୍ ମାର୍କେଟ ସ୍ଥିତ ନାୟକ ଭବନର କିଛି କର୍ମଚାରୀଙ୍କ ନିକଟରେ କୋରୋନା ଚିହ୍ନଟ ହୋଇଛି । ଫଳରେ ଯାଞ୍ଚ ଏଜେନ୍ସିର ସବୁ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଛି । 

କୋରୋନା ସଂକ୍ରମିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ସବୁ କର୍ମଚାରୀଙ୍କ ଠାରେ ଏହାର ଲକ୍ଷଣ ପ୍ରଥମରୁ ପ୍ରକାଶ ପାଇ ନ ଥିଲା । ସମସ୍ତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶ ରହିଛି ।

ନଜର ପକାନ୍ତୁ ଭାରତ ଓ ଅନ୍ୟ କୋରୋନା ପ୍ରଭାବିତ ଦେଶ ଉପରେ

ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୬ ହଜାର ୬୫୭ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ପଛରେ ପଡ଼ିଯାଇଛି ଇଟାଲୀ । ଟପ୍-୬କୁ ପଳାଇ ଆସିଛି ଇଣ୍ଡିଆ । ବର୍ତ୍ତମାନର ସ୍ଥିତି ଦେଖି ମନେହେଉଛି, ଖୁବଶୀଘ୍ର ୟୁକେ ଏବଂ ସ୍ପେନକୁ ମଧ୍ୟ ଭାରତ ଅତିକ୍ରମ କରିଯିବ । ତାଲିକାରେ ଟପ-୧ରେ ଥିବା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଆଡ଼କୁ ଅଗ୍ରସର କରୁଛି । 

ସମଗ୍ର ବିଶ୍ୱରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ଲକ୍ଷ ୪୯ ହଜାର ୫୭୯ରେ ପହଞ୍ଚିଛି । ସେହିପରି ୩ଲକ୍ଷ ୯୮ ହଜାର ୨୪୪ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩୩ଲକ୍ଷ ୫୦ ହଜାର ୩୮୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୧ରେ ଆମେରିକା ରହିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ୬୫ ହଜାର ୭୦୮ରେ ପହଞ୍ଚିଛି । ସେହିପରି ତାଲିକାର ଦ୍ୱିତୀୟରେ ବ୍ରାଜିଲ(୬,୪୬,୦୦୬), ତୃତୀୟରେ ରୁଷ(୪,୪୯,୮୩୪), ଚତୁର୍ଥରେ ସ୍ପେନ(୨,୮୮,୦୫୮) ଓ ପଞ୍ଜମରେ ୟୁକେ(୨,୮୩,୩୧୧) ରହିଛି । ତେବେ କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଏବେ ତାଲିକାର ୧୮ ନମ୍ବରରେ ରହିଛି । ଅର୍ଥାତ, ଆକ୍ରାନ୍ତଙ୍କ ସଂଖ୍ୟାରେ ବହୁ ଦେଶ ଉପରକୁ ଉଠୁଥିବା ବେଳେ ଚୀନ ଖସିବାରେ ଲାଗିଛି ।