ଭାରତ-ଚୀନ ସୀମା ବିବାଦ: ପିଏମ ମୋଦିଙ୍କୁ କଂଗ୍ରେସର ୫ଟି ପ୍ରଶ୍ନ

ସୁର୍ଜେୱାଲା କହିଛନ୍ତି ଯେ, ପାଙ୍ଗୋଙ୍ଗ ତ୍ସୋ ହ୍ରଦ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ଫିଙ୍ଗର ୮ରୁ ୪ ପର୍ଯ୍ୟନ୍ତ ପାହାଡ ଉପରେ ଭାରତର ୮ କିଲୋମିଟର ସୀମାକୁ ଦଖଲ କରି ରଖିଛି ।

ଭାରତ-ଚୀନ ସୀମା ବିବାଦ: ପିଏମ ମୋଦିଙ୍କୁ କଂଗ୍ରେସର ୫ଟି ପ୍ରଶ୍ନ

ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଲା କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁର୍ଜେୱାଲା କହିଛନ୍ତି ଯେ, ଭାରତର ସୀମାରେ ଚୀନର ଦଖଲ କରିବାର ଦୁଃସାହିକତା ଲଗାତର ଜାରି ରହିଛି । ଚୀନ ଡେପସାଙ୍ଗ ଓ ପ୍ୟାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ନା କେବଳ ଜବରଦଖଲ କରିନେଇଛି, ବରଂ ଚୀନ୍‌ର ଅତିରିକ୍ତ ସାମରିକ ନିର୍ମାଣରୁ ସ୍ପଷ୍ଟ ବିପଦର ଆଭାସ ମିଳୁଛି ।

ସୁର୍ଜେୱାଲା କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଚାଇନାର ଦୁଃସାହସିକ କାର୍ଯ୍ୟ ଏବଂ ଦଖଲକୁ ନେଇ କେବଳ ଗଣମାଧ୍ୟମ ମାଧ୍ୟମରେ ଭ୍ରମର ଜାଲ ସୃଷ୍ଟି କରିବାରେ ଲାଗିଛନ୍ତି । ମୋଦି ସରକାରଙ୍କ ଦ୍ୱାରା ପ୍ରସାରିତ ଏହି ଭ୍ରମ ନା ଦେଶ ସେବା ହୋଇପାରେ ନା ହିଁ ରାଷ୍ଟ୍ରଭକ୍ତି ।

ଚାଇନାର ଅନୁପ୍ରବେଶକୁ ନେଇ ଏହି ଦ୍ୱନ୍ଦ୍ୱର ସ୍ପଷ୍ଟ ତଥ୍ୟ ହେଉଛି, ଯାହା ମୋଦି ସରକାରଙ୍କ ମିଥ୍ୟାକୁ ପ୍ରକାଶ କରିଥାଏ ।

୧. ୧୯ ଜୁନ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ କହିଥିଲେ ଯେ, ନା ତ ଆମର ସୀମାରେ କେହିଁ ଅନୁପ୍ରବେଶ କରିଛନ୍ତି, ନା ହିଁ କେହି ପ୍ରବେଶ କରି ଅଛନ୍ତି, ନା ହିଁ ଆମର କୌଣସି ପୋଷ୍ଟ ଅନ୍ୟ କାହାର ଅଧୀନରେ ଅଛି ।

୨. ୨୬ ଜୁନ ୨୦୨୦ ସନ୍ଧ୍ୟାରେ ଚୀନରେ ଥିବା ଭାରତର ରାଷ୍ଟ୍ରଦୂତ ଭାରତର ନ୍ୟୁଜ୍ ଏଜେନ୍ସିକୁ କହିଥିଲେ ଯେ, ଭାରତ ଆଶା କରୁଛି ଯେ ଚୀନ ନିଜ ଦାୟିତ୍ୱ ବୁଝି ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରୁ ପଛକୁ ହଟିବ ।

୩. ୧୭ ଜୁନରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଲିଖିତ ଭାବରେ ସ୍ୱୀକାର କରିଛନ୍ତି ଯେ, ଚୀନ ଗଲୱାନ୍ ଉପତ୍ୟକାରେ ଏଲଏସିକୁ ଅତିକ୍ରମ କରି ଭାରତ ଆଡକୁ ନିର୍ମାଣ କରିଛି ।

୪. ଜୁନ୍ ୨୦ ଓ ଜୁନ୍ ୨୫ରେ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ ସ୍ୱୀକାର କରିଛି ଯେ, ମେ-ଜୁନ୍ ୨୦୨୦ରେ ଚୀନ୍ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଛି ।

୫. ଜୁଲାଇ ୧୭ ଓ ୧୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତ ପରେ ଜୁଲାଇ ୧୭ରେ ଭାରତ-ଚୀନ୍ ପାରସ୍ପରିକ କଥାବାର୍ତ୍ତାକୁ ନେଇ ଟ୍ୱିଟ୍ କରି କହିଛନ୍ତି । ଏହାସହ ସେ ଯେ କହିଛନ୍ତି ଯେ, "ଏପର୍ଯ୍ୟନ୍ତ କଥାବାର୍ତ୍ତାର ଅଗ୍ରଗତି ଯାହା ହେଉନା କାହିଁକି ଏହାର ସମାଧାନ ହେବା ଆବଶ୍ୟକ । କିନ୍ତୁ କେତେ ଯାଏ ଏହାର ସମାଧାନ ହେବ, ତାହାର ଗ୍ୟାରେଣ୍ଟି ଦେଇପାରିବି ନାହିଁ ।"

ସୁର୍ଜେୱାଲା କହିଛନ୍ତି ଯେ, ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ ଚୀନ୍ ବର୍ତ୍ତମାନ ଡେପସାଙ୍ଗ ଏବଂ ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ନିର୍ମାଣ କରୁଛି । ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚୀନ୍ ଅଧିକୃତ କରି ରଖିଛି । କେବଳ ଏତିକି ନୁହେଁ, ଚୀନ ପେଟ୍ରୋଲ ପଏଣ୍ଟ ୧୦ରୁ ପେଟ୍ରୋଲ ପଏଣ୍ଟ ୧୩ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳରେ ବାଧା ସୃଷ୍ଟି କରୁଛି ।

ଫିଙ୍ଗର ୮ରୁ ଫିଙ୍ଗର ୪ ପର୍ଯ୍ୟନ୍ତ ୮ କିଲୋମିଟର ଦଖଲ କରି ରଖିଛି ଚୀନ

ସୁର୍ଜେୱାଲା କହିଛନ୍ତି ଯେ, ପାଙ୍ଗୋଙ୍ଗ ତ୍ସୋ ହ୍ରଦ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ଫିଙ୍ଗର ୮ରୁ ୪ ପର୍ଯ୍ୟନ୍ତ ପାହାଡ ଉପରେ ଭାରତର ୮ କିଲୋମିଟର ସୀମାକୁ ଦଖଲ କରି ରଖିଛି । ସେଠାରେ ପ୍ରାୟ ୩,୦୦୦ ଚାଇନାର ସୈନିକ ଅଛନ୍ତି । ଅପରପକ୍ଷେ, ଭାରତର ଫିଙ୍ଗର ୪ ଉପରେ ଥିବା ଆଇଟିବିପି ପ୍ରଶାସନିକ ଭିତ୍ତିରୁ ମୋଦି ସରକାର ଭାରତୀୟ ସେନାକୁ ପଛକୁ ହଟାଇ ଫିଙ୍ଗର ୩ ରୁ ୨ ମଧ୍ୟରେ ଆଣିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବା ବିଜେପି ସରକାରଙ୍କୁ କଂଗ୍ରେସ ଏହି ୫ଟି ପ୍ରଶ୍ନ ପଚାରିଛି..

୧. ଦେଶର ପ୍ରାୟ ପ୍ରତ୍ୟେକ ଖବର କାଗଜ, ଆର୍ମି ଜନରଲ, ସାଟେଲାଇଟ୍ ଫଟୋଗ୍ରାଫ୍ ଏବଂ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଜସ୍ୱ ବୟାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଆମର ସୀମାରେ ଅନୁପ୍ରବେଶ ନ ହେବାର ଦାବିକୁ କ'ଣ ମିଛ କହୁଛନ୍ତି ? କ'ଣ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଚୀନ୍ ଅନୁପ୍ରବେଶ ବିଷୟରେ ସଠିକ୍ ତଥ୍ୟ କହି ନାହାଁନ୍ତି କି ?

୨. ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନର ଅର୍ଥ କ’ଣ ଯେ ଚୀନ୍ ସହ ଆଲୋଚନା ମାଧ୍ୟମରେ ସମାଧାନର କୌଣସି ଗ୍ୟାରେଣ୍ଟି ନାହିଁ ? ଚୀନ୍ ଦଖଲକୁ ନେଇ ମୋଦି ସରକାର ସ୍ୱୀକାର କରିନେଇଛନ୍ତି କି ଯେ ସେ ଏହାର ସମାଧାନ କରିପାରିବେ ନାହିଁ ?

୩. କ'ଣ ଚୀନ ଏବେବି ଡେପସାଙ୍ଗ ସେକ୍ଟର ଏବଂ ଦୌଲତ ବେଗ ଓଲ୍ଡି ସେକ୍ଟରରେ ନିର୍ମାଣ କରୁଛି ? ଭାରତ ସୀମାରେ ଘଟୁଥିବା ଏହି ଚୀନର ନିର୍ମାଣ ବିଷୟରେ ଆମର ସୀମାର ସୁରକ୍ଷା ପାଇଁ ମୋଦି ସରକାର କ’ଣ ପଦକ୍ଷେପ ନେଉଛନ୍ତି ?

୪. ଚାଇନା ଏପର୍ଯ୍ୟନ୍ତ ଫିଙ୍ଗର ୪ରୁ ଫିଙ୍ଗର ୮ର ପାଙ୍ଗୋଙ୍ଗ ତ୍ସୋ ହ୍ରଦ ଅଞ୍ଚଳରେ ଦଖଲ କରି ରଖିଛି କି ? ଚୀନ୍ ସେନାର ଏହି ଦଖଲକୁ ମୁକ୍ତ କରିବା ପାଇଁ ମୋଦି ସରକାରଙ୍କ ରଣନୀତି କ’ଣ ରହିଛି ?

୫. ମେ ୨୦୨୦ ପୂର୍ବରୁ ଯଥାସ୍ଥିତି ସୃଷ୍ଟି କରିବା ଓ ଚୀନକୁ ଭାରତୀୟ ସୀମାଠାରୁ ପଛକୁ ହଟାଇ ପାଇଁ କେତେ ଅଧିକ ସମୟ ଲାଗିବ, ଆଉ ଆଗକୁ କ’ଣ ରାସ୍ତା ରହିଛି ?