ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ
X

ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ

ଆନାକୋଣ୍ଡାର ଏହି ଭିଡିଓ ପ୍ରଥମ ଥର ଲାଗି ସୋସିଆଲ ମିଡିଆରେ ଭାଇରାଲ ହୋଇନାହିଁ। ଦୁଇବର୍ଷ ପୂର୍ବେ ଏହି ଭିଡିଓ ଇଣ୍ଟରନେଟରେ ଉପଲବ୍ଧ ହୋଇଥିଲା।

ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆ (Social Media) ରେ ଲାଟିନ ଆମେରିକୀୟ ଦେଶ (Latin American Country) ବ୍ରାଜିଲ (Brazil) ଏକ ଭିଡିଓ ଏବେ ଭାଇରାଲ (Viral Video) ହେଉଛି।  ଯେଉଁଥିରେ ଦେଶର ଏକ ନଦୀରେ ୫୦ ଫୁଟ ଲମ୍ବର ଦୈତ୍ୟକାୟ ବିଶାଳ ଆନାକୋଣ୍ଡା (Anaconda) ପହଁରୁଥିବାର ଦେଖିବାକୁ ମିଳୁଛି। ଏହି ବିଶାଳକାୟ ସାପ ବ୍ରାଜିଲର ଜିଗୁ ନଦୀ () ର ଦୃଶ୍ୟମାନ ହୋଇଥିବା ନେଇ କୁହାଯାଉଛି।    

ଆନାକୋଣ୍ଡାର ଏହି ଭିଡିଓ ପ୍ରଥମ ଥର ଲାଗି ସୋସିଆଲ ମିଡିଆରେ ଭାଇରାଲ ହୋଇନାହିଁ। ଦୁଇବର୍ଷ ପୂର୍ବେ ଏହି ଭିଡିଓ ଇଣ୍ଟରନେଟରେ ଉପଲବ୍ଧ ହୋଇଥିଲା। ଏହି ଭିଡିଓ ଦେଖିଲେ ଆପଣ ନିଜ ଆଖି ଉପରେ ବିଶ୍ୱାସ କରିପାରିବେ ନାହିଁ। ପ୍ରାୟ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀରେ ପହଁରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଏବେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।   

 

 

ଏହି ଭିଡିଓକୁ ଡାର୍କ ସାଇଟ୍ ଅଫ୍ ନେଚର (Dark Site of Nature) ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯିବା ସହ ଏହାର କ୍ୟାପସନରେ ଲେଖାଯାଇଛି ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ବିଶାଳୟକାୟ ଆନାକୋଣ୍ଡା ଦେଖାଯାଇଥିଲା। ଏହି ଭିଡିଓରେ ଆପଣ ଦେଖିପାରିବେ ଏହି ବିରାଟକାୟ ସାପ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଏହି ଆନାକୋଣ୍ଡାର ଲମ୍ବ ୫୦ ଫୁଟରୁ ଅଧିକ। ଏହି ଭିଡିଓଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଏକ ୱେବସାଇଟ୍ ଅନୁସାରେ ଏହି ଭିଡିଓଟି ପୁରୁଣା । ୨୦୧୮ରେ ଏହାକୁ "ଜଏଣ୍ଟ୍ ଆନାକୋଣ୍ଡା କ୍ରସିଂ ଦି ରୋଡ୍" (Giant Anaconda Crossing The Road) ନାମରେ ୟୁଟ୍ୟୁବରେ ଅପଲୋଡ୍ କରାଯାଇଥିଲା।   

୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା ନେଇ ଯେଉଁ ଭିଡିଓରେ ଦାବି କରାଯାଉଛି ତାହାକୁ ଷ୍ଟ୍ରେଚ (Video Stretch) କରାଯାଇ ଏହାକୁ ପ୍ରସାରିତ କରାଯାଇଛି। କୌଣସି ଭିଡିଓକୁ ଷ୍ଟ୍ରେଚ କରିବା ପରେ ଏହା ସ୍ୱାଭାବିକ ଠାରୁ ଅପେକ୍ଷାକୃତ ଭାବେ ବଡ ଦେଖାଯାଇଥାଏ। ଏକ ନ୍ୟୁଜ ୱେବସାଇଟ (News Website) ରିପୋର୍ଟ ଅନୁସାରେ ଏହି ଭିଡିଓକୁ ୨୦୧୮ରେ ଉତ୍ତୋଳନ କରାଯାଇଥିଲା । ବ୍ରାଜିଲର ଜିଗୁ ନଦୀରେ ୫୦ ଫୁଟ ଲମ୍ବର ଆନାକୋଣ୍ଡା ଦୃଶ୍ୟମାନ ହେଉଥିବା ନେଇ ଯେଉଁ ଦାବି କରାଯାଉଛି ତାହା ଅବାସ୍ତବ।   

 

Trending news