Trending Photos
ନୂଆଦିଲ୍ଲୀ: ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୦୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଦେଶରେ ୫୦ ହଜାର ପାର୍ କଲାଣି ଆକ୍ଟିଭ କେଶ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୮୧୯୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୨୭୯୨୦ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୨୬୪୯ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୫୧୪୦୧ଟି ଆକ୍ଟିଭ କେଶ ରହିଛି ।
ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ରିପୋର୍ଟ ଉପରେ । ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ଲକ୍ଷ ୨୭ ହଜାର ୧୨୭ରେ ପହଞ୍ଚିଛି । ସେହିପରି ୩ଲକ୍ଷ ୩ ହଜାର ୪୧୩ ଜଣଙ୍କ ମୃତ୍ୟୁ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୭ଲକ୍ଷ ୫ ହଜାର ୮୧୫ ଜଣ ସୁସ୍ଥ ହେଲେଣି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି । ଆମେରିକାରେ ୮୬ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।