କୋରୋନାରେ ମୃତ୍ୟୁ ବରଣ କରୁଥିବା ୫୧ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ
Advertisement
Article Detail0/zeeodisha/odisha674864

କୋରୋନାରେ ମୃତ୍ୟୁ ବରଣ କରୁଥିବା ୫୧ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୋରୋନା ଯୋଗୁଁ ମୃତ୍ୟୁ ବରଣ କରୁଥିବା ୪୫ ବର୍ଷ ବୟସର ୧୪ ପ୍ରତିଶତ, ୪୫-୬୦ ବର୍ଷ ବୟସର ୩୪.୮ ପ୍ରତିଶତ ଆକ୍ରାନ୍ତ ସାମିଲ ଅଛନ୍ତି । ଏଥିସହ କୋରୋନା ଭୂତାଣୁରେ ମୃତ୍ୟୁବରଣ କରୁଥିବା ଅଧାରୁ ଅଧିକ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଛି ।

କୋରୋନାରେ ମୃତ୍ୟୁ ବରଣ କରୁଥିବା ୫୧ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲା କ୍ରମାଗତ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୩ ହଜାରରୁ ଅଧିକ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ କୋରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ଦେଶରେ ବନ୍ଦ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଦେଶରେ କୋଭିଡ-19 ଯୋଗୁଁ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି ।

ଦେଶରେ କୋରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋଭିଡ-19 ଯୋଗୁଁ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି । ଏହି ମାମଲାରେ ୬୫ ପ୍ରତିଶତ ପୁରୁଷ ହୋଇଥିବାବେଳେ ୩୫ ପ୍ରତିଶତ ମହିଳା ଏଥିରେ ସାମିଲ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୋରୋନା ଯୋଗୁଁ ମୃତ୍ୟୁ ବରଣ କରୁଥିବା ୪୫ ବର୍ଷ ବୟସର ୧୪ ପ୍ରତିଶତ, ୪୫-୬୦ ବର୍ଷ ବୟସର ୩୪.୮ ପ୍ରତିଶତ ଆକ୍ରାନ୍ତ ସାମିଲ ଅଛନ୍ତି । ଏଥିସହ କୋରୋନା ଭୂତାଣୁରେ ମୃତ୍ୟୁବରଣ କରୁଥିବା ଅଧାରୁ ଅଧିକ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଛି ।

କୋରୋନା ଭୂତାଣୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଆକ୍ରାନ୍ତଙ୍କୁ ନିଜ ଶିକାର କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୋରୋନା ଭାଇରସ ଯୋଗୁଁ ମୃତ୍ୟୁ ବରଣ କରୁଥିବା ମାମଲାରେ ୬୦ ବର୍ଷରୁ ଅଧିକ ବୟସର ୫୧.୨ ପ୍ରତିଶତ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୬୦-୭୫ ବର୍ଷ ବୟସର ୪୨ ପ୍ରତିଶତ ରୋଗୀ ଏବଂ ୭୨ ବର୍ଷରୁ ଉପରେ ୯.୨ ପ୍ରତିଶତ ଆକ୍ରାନ୍ତ ସାମିଲ ଅଛନ୍ତି ।

;