ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨,୨୩୦ ଜଣ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ଯେଉଁଥିପାଇଁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୮୬,୫୭୫କୁ ବୃଦ୍ଧି ପାଇଛି ।
Trending Photos
)
ମୁମ୍ବାଇ: ଦେଶରେ କ୍ରମାଗତ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ସାରା ଦେଶରେ ଆତଙ୍କ ସୃଷ୍ଟି କରୁଛି । ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଦେଶର ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୪ ହଜାର ଅତିକ୍ରମ କରିସାରିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫,୪୯୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ଯାଏ ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୪,୬୨୬କୁ ବୃଦ୍ଧି ପାଇଛି । ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ କୋଭିଡ-19 ଯୋଗୁଁ ମହାରାଷ୍ଟ୍ରରେ ଆଉ ୧୫୬ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ଏପର୍ଯନ୍ତ କୋରୋନା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭,୪୨୯କୁ ବୃଦ୍ଧି ପାଇଛି । ପ୍ରାଣ ହରାଇଥିବା ୧୫୬ ଜଣଙ୍କ ମଧ୍ୟରୁ ୬୦ ଜଣଙ୍କର ଗତ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ପୂର୍ବରୁ ଘଟିଥିଲା ବୋଲି ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨,୨୩୦ ଜଣ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ଯେଉଁଥିପାଇଁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୮୬,୫୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୭୦,୬୦୭ ସକ୍ରିୟ କୋରୋନା ମାମଲା ରହିଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୯,୨୩,୫୦୨ ଜଣଙ୍କ କୋରୋନା ଭାଇରସ ଯାଞ୍ଚ କରାଯାଇଛି ।