)
ନୂଆଦିଲ୍ଲୀ: ଦିଲ୍ଲୀରେ ମୁତୟନ ସିଆରପିଏଫ(CRPF)ର ୫୫ ବର୍ଷୀୟ ସବ୍-ଇନ୍ସପେକ୍ଟର କୋରୋନା ଯୁଦ୍ଧରେ ହାରି ଯାଇଛନ୍ତି । ଆଜି(ମଙ୍ଗଳବାର) ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ମୃତ୍ୟୁ ବରଣ କରିଛନ୍ତି । ଆସାମର ନିବାସୀ ସିଆରପିଏଫ ଇନ୍ସପେକ୍ଟରଙ୍କୁ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଥିଲା । ଏପ୍ରିଲ ୨୫ରେ ଏହି ଇନ୍ସପେକ୍ଟରଙ୍କ ସମେତ ୧୫ ଜଣ ଯବାନଙ୍କ କୋରୋନା ପଜିଟିଭ୍ ମିଳିଥିଲା । ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ସମାନ ବାଟାଲିୟନର ୯ ଜଣ ଯବାନଙ୍କୁ କୋରୋନା ପଜିଟିଭ୍ ମିଳିଥିଲା ।
ଏହା ବ୍ୟତୀତ ସିଆରପିଏଫର ଅନ୍ୟ ଜଣେ କୋରୋନା ଆକ୍ରାନ୍ତ ଅହମ୍ମଦାବାଦରେ ଅଛନ୍ତି । ମୋଟ ଉପରେ ସିଆରପିଏଫର ୨୪ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭୂତାଣୁ ମହାମାରୀର ଶିକାର ହୋଇଛନ୍ତି । ପ୍ରାୟ ୧୦-୧୨ ଦିନ ପୂର୍ବେ କୋରୋନା ଭୂତାଣୁ ଦିଲ୍ଲୀର ସିଆରପିଏଫର ବାଟାଲିୟନରେ ସ୍ପର୍ଶ କରିଥିଲା । ଯେତେବେଳେ ବାଟାଲିୟନର ଜଣେ ନର୍ସିଂ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହାର ସଂସ୍ପର୍ଶରେ ଆସିଥିବା ପ୍ରଥମ ୯ ଜଣ ବ୍ୟକ୍ତି କୋରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ।
ପରେ ଆହୁରି ୧୫ ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଜଣେ ମୃତ୍ୟୁବରଣ କରିଛନ୍ତି । ଅବଶିଷ୍ଟ ୨୩ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଦିଲ୍ଲୀର ମାଣ୍ଡବାଲିସ୍ଥିତ କୋରୋନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ସିଆରପିଏଫରେ ଏହା ହେଉଛି ପ୍ରଥମ ମାମଲା । ଯାହା କୋରୋନା କାରଣରୁ ଯବାନଙ୍କର ମୃତ୍ୟୁ ହୋଇଛି ।