Secunderabad Fire Tragedy ଭୟାନକ ନିଆଁରେ ଜଳିଗଲେ ୬
Advertisement

Secunderabad Fire Tragedy ଭୟାନକ ନିଆଁରେ ଜଳିଗଲେ ୬

ହାଇଦ୍ରାବାଦ: ସିକନ୍ଦରାବାଦ (Secunderabad) ଅଞ୍ଚଳରେ ଏକ ଭୟାନକ ଅଗ୍ନିକାଣ୍ଡରେ (Fire Tragedy) ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଏକ ବ୍ୟବସାୟିକ ଅନୁଷ୍ଠାନରେ (Business Institute) ସର୍ଟ ସର୍କିଟରୁ (Short circuit) ଏହି ଅଗ୍ନିକାଣ୍ଡ ଲାଗିଥିବା କୁହାଯାଉଛି। ତେବେ ଉକ୍ତ ବ୍ୟବସାୟିକ ଅନୁଷ୍ଠାନରେ

Secunderabad Fire Tragedy ଭୟାନକ ନିଆଁରେ ଜଳିଗଲେ ୬

Secunderabad Fire Tragedy : ହାଇଦ୍ରାବାଦ: ସିକନ୍ଦରାବାଦ (Secunderabad) ଅଞ୍ଚଳରେ ଏକ ଭୟାନକ ଅଗ୍ନିକାଣ୍ଡରେ (Fire Tragedy) ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଏକ ବ୍ୟବସାୟିକ ଅନୁଷ୍ଠାନରେ (Business Institute) ସର୍ଟ ସର୍କିଟରୁ (Short circuit) ଏହି ଅଗ୍ନିକାଣ୍ଡ ଲାଗିଥିବା କୁହାଯାଉଛି। ତେବେ ଉକ୍ତ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଅତିକମରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡ ସନ୍ଧ୍ୟା ପ୍ରାୟ ୮ଟା ବେଳେ ଲାଗିଥିଲା। 

 

ଗଣମାଧ୍ୟମ ରିପୋର୍ଟ ମୁତାବକ ମୃତକଙ୍କ ମଧ୍ୟରେ ଶିବା, ପ୍ରଶାନ୍ତ, ପ୍ରମିଳା, ଶ୍ରାବଣୀ, ଭେନେଲା ଓ ତ୍ରିବେଣୀ ରହିଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି ଧୂଆଁ ଅତ୍ୟାଧିକ ହୋଇଯିବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତେବେ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ସରିବା ପରେ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଉକ୍ତ ପୋଲିସ ଅଧିକାରୀ ଜଣକ ସୂଚନା ପ୍ରଦାନ କରିଛନ୍ତି। 

ପ୍ରାଥମିକ ତଦନ୍ତରେ ଏହି ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ଅଧିକାରୀ କହିଛନ୍ତି କି ଆମକୁ ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ଅଗ୍ନିକାଣ୍ଡ ଉପରେ ନିୟନ୍ତ୍ରଣ ଅଣାଯାଇଛି। ଏହି ଘଟଣାରେ ୧୦ରୁ ଅଧିକ ଗୁରୁତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ତେବେ ମୃତାହତମାନେ ତେଲଙ୍ଗାନାର ଓ୍ୱାରଙ୍ଗଲ ଓ ଖମାମ ଜିଲ୍ଲାର ରହିଥିଲେ। ସେମାନେ ସମସ୍ତେ ଏକ ମାର୍କେଟିଂ କମ୍ପାନୀରେ କାର୍ଯ୍ୟ କରୁଥିଲେ।  

Also Read: IND vs AUS: ଦିନିକିଆ ପାଇଁ ଏଭଳି ହେବ ଭାରତର ପ୍ଲେଇଂ ଏକାଦଶ

Also Read: Nobel Peace Prize: ପିଏମ ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ନୋବେଲ ପୁରସ୍କାର କମିଟିର ଡେପୁଟି ନେତା ଦେଲେ ଏହି ବୟାନ

ଖବର ଖୁବ ଶୀଘ୍ର ଅପଡେଟ ହେଉଛି...