୨୪ ଘଣ୍ଚାରେ ୨ଟି ଆତଙ୍କୀ ହମଲା, ୨ ଯବାନ ସମେତ ୫ ମୃତ
Advertisement

୨୪ ଘଣ୍ଚାରେ ୨ଟି ଆତଙ୍କୀ ହମଲା, ୨ ଯବାନ ସମେତ ୫ ମୃତ

ଆଫଗାନିସ୍ତାନରେ ଆତଙ୍କୀ ହମଲା। ୨ଟି ବିସ୍ଫୋରଣରେ ୨ ସୁରକ୍ଷାକର୍ମୀ ସହ ୫ ଜଣଙ୍କ ମୃତ୍ୟୁ ହୋଇଛି।

୨୪ ଘଣ୍ଚାରେ ୨ଟି ଆତଙ୍କୀ ହମଲା, ୨ ଯବାନ ସମେତ ୫ ମୃତ

କାବୁଲ: ତାଲିବାନୀଙ୍କ ଗଡ ଆଫଗାନରେ ପୁଣି ହୋଇଛି ଆତଙ୍କୀ ହମଲା। ୨୪ ଘଣ୍ଟାରେ ୨ଟି ଆତଙ୍କୀ ହମଲା ହୋଇଛି। ତେବେ ଏହା ଗୋଟିଏ ନୁହିଁ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଆଫଗାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ରାତିରେ ହେଲମାଣ୍ଡ ପ୍ରାନ୍ତ ନେହରଇ ସରଜ ଜିଲ୍ଲାର ଚେକ ପଏଣ୍ଟ ନିକଟରେ ବିସ୍ଫୋରଣ ହୋଇଥିଲା। ଏହା ଏକ କାରରେ ହୋଇଥିଲା। ଏଥିରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି ବୋଲି ଗଭର୍ଣ୍ଣରଙ୍କ ପ୍ରବକ୍ତା କହିଛନ୍ତି।

ସେପଟେ ଆଜି ସକାଳେ କାପିସା ପ୍ରାନ୍ତର ତାଗବ ଜିଲ୍ଲାରେ ବିସ୍ଫୋରଣ ହୋଇଛି। ସେନାକୁ ଟାର୍ଗେଟରେ ରଖି ରାସ୍ତାକଡରେ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଥିରେ ଫସଲିଯାଇଥିଲେ ସାଧାରଣ ଜନାତା। ଏହି ବିସ୍ଫୋରଣରେ ଜଣେ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ହୋଇ ହସ୍ଫିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ କିଏ ଓ କାହିଁକି ଏହି ଷଡଯନ୍ତ୍ର କରିଥିଲା ତାହା ସ୍ପଷ୍ଟ ଜଣା ପଡିନାହିଁ। କିନ୍ତୁ ପୋଲିସର ପ୍ରାଥମିକ ତଦନ୍ତରେ ଏହା ତାଲିବାନୀଙ୍କ କାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।