ଚୀନରେ ପୁଣି କୋରୋନା ଆତଙ୍କ, ଏପ୍ରିଲ ପରେ ଆଜି ସର୍ବାଧିକ ମାମଲା ଚିହ୍ନଟ
Advertisement
Article Detail0/zeeodisha/odisha718672

ଚୀନରେ ପୁଣି କୋରୋନା ଆତଙ୍କ, ଏପ୍ରିଲ ପରେ ଆଜି ସର୍ବାଧିକ ମାମଲା ଚିହ୍ନଟ

ଏପ୍ରିଲ ୧୪ରେ ଚାଇନାରେ ମୋଟ ୮୯ ମାମଲା ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାରୁ ଆସିଥିଲେ ।

ଚୀନରେ ପୁଣି କୋରୋନା ଆତଙ୍କ, ଏପ୍ରିଲ ପରେ ଆଜି ସର୍ବାଧିକ ମାମଲା ଚିହ୍ନଟ

ବେଜିଂ: ଚୀନରେ ପୁଣି କୋରୋନା ସଙ୍କଟ ଦେଖାଦେଇଛି । ଆଜି (ସୋମବାର) ଚୀନରେ ୬୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ପରେ ଏହା ପ୍ରଥମ ଥର ଯେତେବେଳେ ଏଠାରେ ଏତେ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଚୀନର ତିନୋଟି ପ୍ରଦେଶରୁ କୋରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଯେଉଁ କାରଣରୁ ଭାଇରସର ନୂଆ ରୂପ ଉତ୍ପନ ହେବାର ଆଶଙ୍କା ରହିଛି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ, ଉତ୍ତର-ପଶ୍ଚିମ ଶିନଜିଆଙ୍ଗ ପ୍ରଦେଶରେ ୫୭ ନୂତନ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଜୁଲାଇ ମଧ୍ୟଭାଗରେ ହଠାତ୍ ଏହି ଭୂତାଣୁର ବିସ୍ତାର ଦେଖା ଯାଇଥିଲା ।

ଉତ୍ତର ପୂର୍ବ ପ୍ରଦେଶର ଲାୟନିଂରେ ମଧ୍ୟ ୧୪ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଗତ ସପ୍ତାହରେ ଡାଲିଆନ୍ ସହରରେ ଏକ ନୂତନ କ୍ଲଷ୍ଟର ଭାଇରସ୍ (ଯେଉଁଠାରେ ଅନେକ ସଂକ୍ରମଣ ମାମଲା ବାହାରୁଛି) ସାମ୍ନାକୁ ଆସିଛି । ଏଥିସହ ଉତ୍ତର କୋରିଆ ସୀମା ନିକଟ ଜିଲିନ ପ୍ରଦେଶରେ ଦୁଇଟି ମାମଲା ଦେଖିବାକୁ ମିଳିଛି । ମେ ମାସ ଶେଷ ପରେ ବର୍ତ୍ତମାନ ଏଠାକୁ ୨ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସୋମବାର ମିଳିଥିବା ଏହି ସମସ୍ତ ମାମଲା ଚାଇନାର ଘରୋଇ କିମ୍ବା ସ୍ଥାନୀୟ ମାମଲା କିନ୍ତୁ ଏପରି ଚାରୋଟି ମାମଲା ଅଛି ଯାହା ବାହାରୁ ଆସିଛି । ଏପ୍ରିଲ୍ ୧୪ ଠାରୁ ଏହା ହେଉଛି ସଂକ୍ରମିତଙ୍କ ସବୁଠାରୁ ବଡ ସଂଖ୍ୟା  । ଏପ୍ରିଲ ୧୪ରେ ଚାଇନାରେ ମୋଟ ୮୯ ମାମଲା ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାରୁ ଆସିଥିଲେ ।

;