Advertisement
Article Detail0/zeeodisha/odisha699966
Zee OdishaOdisha National-Internationalଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୬୨,୬୫୫

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୬୨,୬୫୫

ପୂର୍ବରୁ ୫,୦୧୦ ଟେଷ୍ଟ ପ୍ରତିଦିନ ହେଉଥିଲା । ବର୍ତ୍ତମାନ ଦୈନିକ ୧୮,୦୦୦ ଟେଷ୍ଟ କରାଯାଉଛି ।

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୬୨,୬୫୫

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମିତ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦୯ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିଲ୍ଲୀରେ କୋରୋନା ରୋଗ ସଂଖ୍ୟା ୬୨,୬୫୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩,୫୮୯ କୋରୋନା ସଂକ୍ରମିତ ଏହି ମହାମାରୀ ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଫଳରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୩୬,୬୦୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ତେଣୁ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୨,୨୨୩ ରୋଗୀଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ ବର୍ତ୍ତମାନ ୨୩,୮୨୦ ସକ୍ରିୟ କୋରୋନା ମାମଲା ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୬୮୨ କୋରୋନା ଟେଷ୍ଟ ହୋଇଛି । ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୩,୮୪,୬୯୬ କୋରୋନା ଟେଷ୍ଟ କରାଯାଇଛି । ଅନ୍ୟପକ୍ଷେ ୧୨,୯୨୨ ରୋଗୀ ହୋମ ଆଇସୋଲେଶନରେ ଅଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଗତ ଦିନରେ ଆମେ ଟେଷ୍ଟକୁ ତିନି ଗୁଣରୁ ଅଧିକ ବୃଦ୍ଧି କରିଛୁ । ମଝିରେ କିଛି ଲୋକଙ୍କୁ ଟେଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା । କିନ୍ତୁ ମୁଁ ବୁଝି ପାରୁଛି ଯେ ବର୍ତ୍ତମାନ କୌଣସି ଅସୁବିଧା ନାହିଁ । ପୂର୍ବରୁ ୫,୦୧୦ ଟେଷ୍ଟ ପ୍ରତିଦିନ ହେଉଥିଲା । ବର୍ତ୍ତମାନ ଦୈନିକ ୧୮,୦୦୦ ଟେଷ୍ଟ କରାଯାଉଛି ।

Add Zee News as a Preferred Source
About the Author