Advertisement
Article Detail0/zeeodisha/odisha695332
Zee OdishaOdisha National-Internationalବଡ଼ ଧରଣର ନକ୍ସଲ ଆକ୍ରମଣକୁ ବିଫଳ କଲା ସୁରକ୍ଷା ବାହିନୀ, ୬୪ ଆଇଇଡି ଉଦ୍ଧାର

ବଡ଼ ଧରଣର ନକ୍ସଲ ଆକ୍ରମଣକୁ ବିଫଳ କଲା ସୁରକ୍ଷା ବାହିନୀ, ୬୪ ଆଇଇଡି ଉଦ୍ଧାର

ପୋଲିସ ମୁଖ୍ୟାଳୟ ଏକ ବିଜ୍ଞପ୍ତରେ ଏହି ସୂଚନା ଦେଇଛି । ମିଳିତ ଅପରେସନରେ ପୋଲିସ ଓ ସିଆରପିଏଫ ଏହି ଆଇଇଡି ଉଦ୍ଧାକ କରିଥିଲେ ବୋଲି କୁହାଯାଇଛି । 

ବଡ଼ ଧରଣର ନକ୍ସଲ ଆକ୍ରମଣକୁ ବିଫଳ କଲା ସୁରକ୍ଷା ବାହିନୀ, ୬୪ ଆଇଇଡି ଉଦ୍ଧାର

ଚାଇବାସା: ଝାଡଖଣ୍ଡର ଚାଇବାସା ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ନକ୍ସଲଙ୍କ ବଡ଼ ଯୋଜନାକୁ ବିଫଳ କରାଯାଇଛି । ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ଚାଇବାସାରୁ ୬୪ ଆଇଇଡି ଉଦ୍ଧାର କରିଛି । ଏହାକୁ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ସ୍ଥାପିତ ହୋଇଥିଲା ।  ଚାଇବାସର ଗୋଏଲକେଡା ଅନ୍ତର୍ଗତ ହାତିୱୁଡୁ କାଚା ଓ କୁଇଦା ଗାଁ ମଧ୍ୟରେ ଥିବା ଏକ କଚ୍ଚା ରାସ୍ତାରୁ ସୁରକ୍ଷା ବାହିନୀ ଭୂମିରେ ଚାପି ହୋଇଥିବା ୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ୪୦ଟି ଆଇଇଡି ଓ ଅନ୍ୟାନ୍ୟ ସ୍ଥାନରୁ ୨୪ଟି ଆଇଇଡି ଉଦ୍ଧାର କରିଛି ।

ପୋଲିସ ମୁଖ୍ୟାଳୟ ଏକ ବିଜ୍ଞପ୍ତରେ ଏହି ସୂଚନା ଦେଇଛି । ମିଳିତ ଅପରେସନରେ ପୋଲିସ ଓ ସିଆରପିଏଫ ଏହି ଆଇଇଡି ଉଦ୍ଧାକ କରିଥିଲେ ବୋଲି କୁହାଯାଇଛି । ଯେତେବେଳେ ସୁରକ୍ଷା ବାହିନୀ ଏହି IEDଗୁଡ଼ିକୁ ଭୂମିରୁ ହଟାଉଥିଲେ । ସେତେପବେଳେ ସେମାନଙ୍କ ଉପରେ ନିକଟସ୍ଥ ପାହାଡରୁ ମଧ୍ୟ ଗୁଳି ବର୍ଷଣ କରାଯାଇଥିଲା । କିନ୍ତୁ ସୁରକ୍ଷା ବାହିନୀରେ କୌଣସି କ୍ଷତି ହୋଇ ନଥିଲା । ପୋଲିସ କହିଛି ଯେ, ସୁରକ୍ଷା ବାହିନୀ ଦ୍ୱାରା ସମସ୍ତ ଆଇଇଡି ନିଷ୍କ୍ରିୟ କରାଯାଇଛି । ଏକ ସମ୍ଭାବନା ଅଛି ଯେ ନକ୍ସଲମାନେ ଏହି IED ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ଭୂମିରେ ପୋତି ଥିଲେ । ଏହା ଦ୍ୱାରା ନିକଟରେ ଥିବା ଗ୍ରାମବାସୀଙ୍କୁ ମଧ୍ୟ ବିପଦ ଥିଲା ।

Add Zee News as a Preferred Source
About the Author