ଏହି ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୭ ପୋଲିସ କର୍ମୀଙ୍କୁ କୋରୋନା

ଦେଶରେ କୋରୋନା ରୋଗୀଙ୍କ ସୁସ୍ଥ ହାରରେ ସାମାନ୍ୟ ଉନ୍ନତି ଘଟିଛି । ଫଳରେ ଦେଶରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ୫୯.୦୬ ପ୍ରତିଶତକୁ ବୃଦ୍ଧି ପାଇଛି । 

ଏହି ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୭ ପୋଲିସ କର୍ମୀଙ୍କୁ କୋରୋନା

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ଥମିବାର ନାଁ ନେଉନାହିଁ । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୫୨୨ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ।  ଏହାସହ ୪୧୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୫,୬୬,୮୪୧ରେ ପହଞ୍ଚିଛି । ଏଥିସହ ମୃତକଙ୍କ ସଂଖ୍ୟା ୧୬,୮୯୩କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୩,୩୪,୮୨୨ କୋରୋନା ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । 

ଦେଶରେ କୋରୋନା ରୋଗୀଙ୍କ ସୁସ୍ଥ ହାରରେ ସାମାନ୍ୟ ଉନ୍ନତି ଘଟିଛି । ଫଳରେ ଦେଶରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ୫୯.୦୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ଅନେକ ରାଜ୍ୟରେ ଦ୍ରୁତ ପରୀକ୍ଷଣ କାର୍ଯ୍ୟ ମଧ୍ୟ କରାଯାଉଛି । ତଥାପି ଏପରି କିଛି ରାଜ୍ୟ ଅଛି ଯେଉଁଠାରେ ପରୀକ୍ଷା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି । ଏହି ସମୟରେ, ନ୍ୟୁଜ୍ ଏଜେନ୍ସି ANIର ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ ପୋଲିସ କର୍ମୀ କେରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି ।