ରାଜଧାନୀରେ ୧୦ ହଜାରୁ ତଳକୁ ଖସିଲା ଆକ୍ଟିଭ କେସ୍
Advertisement

ରାଜଧାନୀରେ ୧୦ ହଜାରୁ ତଳକୁ ଖସିଲା ଆକ୍ଟିଭ କେସ୍

ଦେଶର ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା ୪,୦୩୩ରେ ପହଞ୍ଚିଛି ।

ରାଜଧାନୀରେ ୧୦ ହଜାରୁ ତଳକୁ ଖସିଲା ଆକ୍ଟିଭ କେସ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ଭୂତାଣୁ ଆତଙ୍କ ଜାରି ରହିଛି । ଦେଶରେ ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପକ୍ଷେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ମାମଲାରେ କ୍ରମାଗତ ସୁଧାର ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କେବଳ ୬୭୪ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଫଳରେ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୯,୧୫୬ରେ ପହଞ୍ଚିଛି । 

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ଆକ୍ଟିଭ କେସ୍ ୧୦,୦୦୦ରୁ ତଳକୁ ଖସି ଆସିଛି । ଏହା ସହିତ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୮୯,୯୮ ପ୍ରତିଶତରେ ପହଞ୍ଚିଛି । ରାଜଧାନୀରେ ବର୍ତ୍ତମାନ କେବଳ ୭.୧୧ ପ୍ରତିଶତ ସକ୍ରିୟ କୋରୋନା ମାମଲା ରହିଛି । ଏହାସହ ଏଠାରେ ସଂକ୍ରମିତଙ୍କ ମୃତ୍ୟୁ ହାର ୨.୮୯ ପ୍ରତିଶତରେ ପହଞ୍ଚିଛି । 

ଦେଶର ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା ୪,୦୩୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭୨ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧,୨୫,୨୨୬ ସଂକ୍ରମିତ ଏହି ମହାମାରୀଙ୍କୁ ପରାସ୍ତ କରିବାରେ ସଫଳତା ଲାଭ କରିଛନ୍ତି ।

ଦିଲ୍ଲୀରେ ସକ୍ରିୟ କୋରୋନା ରୋଗ ସଂଖ୍ୟା ବର୍ତ୍ତମାନ ୯,୮୯୭ ରହିଛି । ଯେଉଁଥିରୁ ୫,୪୬୧ ରୋଗୀ ହୋମ ଆଇସୋଲେଶନରେ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯,୨୯୫ କୋରୋନା ପରୀକ୍ଷା ହୋଇଥିଲା । ଯେଉଁଥିରେ ୪,୧୦୮ RT-PCR ଏବଂ ୫,୧୮୭ ଆଣ୍ଟିଜେନ୍ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧୦,୮୩,୦୯୭ କୋଭିଡ ପରୀକ୍ଷା କରାଯାଇଛି ।