ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି
Advertisement

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ। ବୁଧବାର ସକାଳେ ଏହି ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ୭। ୮ରହିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରକାର। ଭୂକମ୍ପର କେନ୍ଦ୍ରସ୍ଥଳ ଠାରୁ ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୁତ ହୋଇଥିଲା। ଫଳରେ ସୁନାମୀର ସମ୍ଭାବନା ଦେଖାଦେଇଛି।   ସେପଟେ ଏହି ଭୁକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ। ବୁଧବାର ସକାଳେ ଏହି ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ୭। ୮ରହିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରକାର। ଭୂକମ୍ପର କେନ୍ଦ୍ରସ୍ଥଳ ଠାରୁ ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୁତ ହୋଇଥିଲା। ଫଳରେ ସୁନାମୀର ସମ୍ଭାବନା ଦେଖାଦେଇଛି।  

ସେପଟେ ଏହି ଭୁକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇ ପାରିନାହିଁ। ଭୁକମ୍ପର କେନ୍ଦ୍ର ସ୍ଥଳ ଆଲାସ୍କାର ପେନିନସୁଲା ଅଞ୍ଚଳରେ ରହିଥିବା ପ୍ରକାଶ। ମିଳିଥିବା ସୂଚନା ମୁତାବକ ଆଲାସ୍କା ସମୟ ଅନୁଯାୟୀ ସକାଳ ପ୍ରାୟ ସାଢେ ୬ଟା ସମୟରେ ଏହି ଭୁକମ୍ପ ଅନୁଭୁତ ହୋଇଥିଲା।  

ସୂଚନା ଯୋଗ୍ୟ ଏହା ପୂର୍ବରୁ ଆଲାସ୍କାରେ ୨୦୧୮ ମସିହାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭। ୯ ରହିଥିଲା। ସେହିସମୟରେ ଭୂକମ୍ପର ମାତ୍ରା ଏତେ ଅଧିକ ରହିଥିଲା ଯେ କିଛି ସମୟ ପାଇଁ ବିମାନ ଉଡ଼ାଣ ମଧ୍ୟ ବନ୍ଦ ହୋଇ ଯାଇଥିଲା।