Advertisement
Article Detail0/zeeodisha/odisha667500
Zee OdishaOdisha National-Internationalକୋରୋନା ଯୁଦ୍ଧରେ ଜିତିବା ପାଇଁ ମୋଦିଙ୍କ ୭ଟି ଗୁରୁମନ୍ତ୍ର

କୋରୋନା ଯୁଦ୍ଧରେ ଜିତିବା ପାଇଁ ମୋଦିଙ୍କ ୭ଟି ଗୁରୁମନ୍ତ୍ର

ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ୧୯ ଦିନ ପାଇଁ ବଢିଲା ଅବଢି । 

Pic Courtesy: ANI
Pic Courtesy: ANI

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ୧୯ ଦିନ ପାଇଁ ବଢିଲା ଅବଢି । ଆସନ୍ତାକାଲିଠାରୁ ମେ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ନିୟମ କେତେ ପାଳନ ହେଉଛି ତାହାକୁ ଯାଞ୍ଚ କରାଯିବ । ଏପ୍ରିଲ ୨୦ ପରେ ଯେଉଁ ସ୍ଥାନରେ କୋରୋନା ପ୍ରଭାବ ନ ଥିବ ବା କମ୍ ଥିବ ସେହି ସ୍ଥାନରେ ଲକ୍ ଡାଉନ ଅବଧିକୁ କିଛିଟା କୋହଳ କରାଯିବ । 

ମାର୍ଚ୍ଚ ୨୪ରେ ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ଅବଧି ଆଜି ଶେଷ ହେବାକୁ ଥିବାବେଳେ ଦେଶବାସୀଙ୍କୁ ସମ୍ୱୋଧିତ କରି ଲକ୍ ଡାଉନ ଅବଧିକୁ ୧୯ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୋଦି । ଏତଦ୍ ବ୍ୟତୀତ କୋରୋନା ଯୁଦ୍ଧରେ ଜିତିବା ପାଇଁ ଦେଶବାସୀଙ୍କୁ ୭ଟି ଗୁରୁମନ୍ତ୍ର ଦେଇଛନ୍ତି ...

୧. ଘରର ବଡ଼ଙ୍କ ଯତ୍ନ ନେବା
କୋରୋନା ଭାଇରସ ସଂକ୍ରମଣର ଶିକାର ବାର୍ଦ୍ଧକ୍ୟ ଲୋକମାନେ ଅଧିକ ହେଉଥିବାରୁ ପରିବାରରେ ଥିବା ବଡ଼ ଲୋକଙ୍କ ଯତ୍ନନେବା ପାଇଁ ମୋଦି ଉପଦେଶ ଦେଇଛନ୍ତି  ।

Add Zee News as a Preferred Source

fallback

୨. ସାମାଜିକ ଦୂରତା
କୋରୋନା ପାଇଁ ଏଯାବତ କୌଣସି ଭ୍ୟାକସିନ ବାହାରି ନ ଥିବାବେଳେ ସାମାଜିକ ଦୂରତା ହିଁ କୋରୋନାକୁ ହରାଇବା ପାଇଁ ଏକ ମାତ୍ର ରାସ୍ତା । ସେଥିପାଇଁ ମୋଦି ଦେଶବାସୀଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଯିଏ ଯେଉଁଠି ଅଛି ସେହି ସ୍ଥାନରେ ରହିବାକୁ ମଧ୍ୟ ନିବେଦନ କରିଛନ୍ତି ।

୩. ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ
ଶରୀରରେ ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ଥିଲେ କୋରୋନା ସଂକ୍ରମଣ ହେବାର ଆଶଙ୍କା କମ୍ ଥାଏ । ତେଣୁ ଘରେ ରହି ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି ମୋଦି । ଇମ୍ୟୁନିଟି୍ ବଢାଇବା ପାଇଁ ଆୟୁଷ ମନ୍ତାଳୟର ଗାଇଡ ଲାଇନ ଫୋଲ କରନ୍ତୁ ଓ ଗରମ ପାଣି ବା କାଢା ପିଅନ୍ତୁ ।

୪. ଆରୋଗ୍ୟ ସେତୁ ଆପ୍ ଡାଉନଲଡ କରିବା
ଆରୋଗ୍ୟ ସେତୁ ଆପ ମାଧ୍ୟମରେ ସରକାରଙ୍କ ଦ୍ୱାରା କୋଭିଡ-୧୯ ସମ୍ପର୍କିତ ସମସ୍ତ ତଥ୍ୟ ଆପରେ ପ୍ରଦାନ କରାଯାଉଛି । ତେଣୁ ଏହି ଆପ ମାଧ୍ୟମରେ ଦେଶରେ ଚାଲିଥିବା ସ୍ଥିତି ସହିତ ଯୋଡି ହେଇ ରହିବା ପାଇଁ ନିଜ ଫୋନରେ ଏହି ଆପକୁ ଡାଉନଲୋଡ କରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି ।

୫. ସାହାର୍ଯ୍ୟ କରନ୍ତୁ 
ବର୍ତ୍ତମାନର ଲକ୍ ଡାଉନ ସ୍ଥିତିରେ କାହା ପାଖରେ ରୋଜଗାରର ପନ୍ଥା ନ ଥିବାବେଳେ ସମସ୍ତେ ଘରେ ବସି ରହିଛନ୍ତି । ତେଣୁ ଯେଉଁମାନଙ୍କୁ ଆପଣଙ୍କ ସାହାର୍ଯ୍ୟ ଦରକାର ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

୬.କର୍ମଚାରୀଙ୍କୁ ଛଟେଇ ନ କରିବାକୁ ଅନୁରୋଧ
ଲକ୍ ଡାଉନ ସମୟରେ ଅନେକ କମ୍ପାନିର କର୍ମଚାରୀମାନେ ଘରେ ବସିଥିବାରୁ ତାଙ୍କୁ ଛଟେଇ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

୭. ଯେଉଁମାନେ ପ୍ରତକ୍ଷ୍ୟ ଭାବେ ଲଢୁଛନ୍ତି ସେମାନଙ୍କୁ ସମ୍ମାନ ଜଣାନ୍ତୁ
କୋରୋନା ଯୁଦ୍ଧରେ ଯେଉଁମାନେ ସିଧାସଳଖ ଭାବେ ଜଡିତ ହୋଇ ସମସ୍ତଙ୍କ ପାଇଁ ସେବା କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୋଦି ଅନୁରୋଧ କରିଛନ୍ତି । ଡାକ୍ତର, ନର୍ସ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସିକ୍ୟୁରିଟି ଗାର୍ଡ ଆଦିଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବା ପାଇଁ ମୋଦିଙ୍କ ପରାମର୍ଶ । 

About the Author