ମୁଖପାତ୍ରଙ୍କ ଅନୁଯାୟୀ, ବିଏମସି ମୁମ୍ବାଇ ପୋଲିସକୁ ସୂଚନା ଦେଇଛି ଯେ ଗତ ୩ ମାସ ମଧ୍ୟରେ ଏହି ୭୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ମୁମ୍ୱାଇର ପି-ନର୍ଥ ୱାର୍ଡରେ ଏହି ସମସ୍ତଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଏହି ରାଜ୍ୟରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ମୁମ୍ବାଇରୁ ବହୁ ସଂଖ୍ୟକ ନୂଆ କୋରୋନା ମାମଲା ସାମ୍ନାକୁ ଆସୁଛି । ଏବେ ମୁମ୍ବାଇ ପୋଲିସ ମଙ୍ଗଳବାର ଏକ ବଡ଼ ଖୁଲାସା କରିଛି । ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ପ୍ରଣୟ ଅଶୋକ ସୂଚନା ଦେଇଛନ୍ତି ଯେ, ପି-ନର୍ଥ ୱାର୍ଡରୁ ୭୦ ଜଣ ଏପରି ବ୍ୟକ୍ତି ନିଖୋଜ ଅଛନ୍ତି, ଯେଉଁମାନଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ରହିଛି । ପୋଲିସର ସୂଚନାନୁସାରେ, ସେମାନଙ୍କୁ ଖୋଜିବା ବିଏମସି ସେମାନଙ୍କ ସାହାଯ୍ୟ ଲୋଡିଛି ।
ମୁଖପାତ୍ରଙ୍କ ଅନୁଯାୟୀ, ବିଏମସି ମୁମ୍ବାଇ ପୋଲିସକୁ ସୂଚନା ଦେଇଛି ଯେ ଗତ ୩ ମାସ ମଧ୍ୟରେ ଏହି ୭୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ମୁମ୍ୱାଇର ପି-ନର୍ଥ ୱାର୍ଡରେ ଏହି ସମସ୍ତଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଆସିବା ପରେ ସେମାନେ ସମସ୍ତେ ନିଖୋଜ ହୋଇଯାଇଥିଲେ । ଏହି ସମସ୍ତ ଲୋକଙ୍କୁ ମୋବାଇଲ୍ ଲୋକେସନ ଏବଂ CDR ମାଧ୍ୟମରେ ଖୋଜିବା ପାଇଁ ବିଏମସି ମୁମ୍ବାଇ ପୋଲିସର ସାହାଯ୍ୟ ଲୋଡିଛି । ପି-ନର୍ଥ ଅଞ୍ଚଳ ହେଉଛି ମାଲାଡ ପରି । ଯେଉଁଠାରେ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଛି ।
ଏହା ସହ ବର୍ତ୍ତମାନ ମୁମ୍ବାଇର ବହୁ ମହଲା କୋଠା ଚିନ୍ତାର କାରଣ ପାଲଟିଛି । ବାସ୍ତବରେ ଦୁଇ ମାସର ଅକ୍ଲାନ୍ତ ପରିଶ୍ରମ ପରେ ମୁମ୍ବାଇର ବସ୍ତି ଅଞ୍ଚଳ ଧରାବୀରେ କୋରୋନା ରୋଗର ନୂଆ ମାମଲାରେ କମି ଆସିଛି । କିନ୍ତୁ ଏହି ସମୟ ମଧ୍ୟରେ ବହୁ ମହଲା କୋଠରୀରେ ମହାମାରୀର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଏମସି ଆକଳନ ଅନୁଯାୟୀ ମୁମ୍ବାଇରେ ସିଲ୍ ହୋଇଥିବା ବହୁ ମହଲା କୋଠାରେ କୋରୋନା ମାମଲା ବୃଦ୍ଧି ପାଇଛି । କୁହାଯାଉଛି ଯେ, ହାଉସିଂ ସୋସାଇଟିରେ ଏହି ନିୟମ ସଠିକ୍ ଭାବରେ ପାଳନ କରାଯାଉନାହିଁ । ନୂତନ ମାମଲା ବିଏମସିର ଚିନ୍ତା ବଢ଼ାଇଛି ।