ବର୍ତ୍ତମାନ ଯାଏ ମହାରାଷ୍ଟ୍ରର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୦,୦୧୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୫୩୪ ରହିଛି ।
Trending Photos
)
ମୁମ୍ୱାଇ: ସାରା ଦେଶରେ କ୍ରମାଗତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୩୬୧ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ୭୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ସହିତ ମହାରାଷ୍ଟ୍ରରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୨୩୬୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଯାଏ ମହାରାଷ୍ଟ୍ରର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୦,୦୧୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୫୩୪ ରହିଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ରାଜ୍ୟରେ ୩୦,୧୦୮ କୋରୋନା ସଂକ୍ରମିତ ଏହି ମହାମାରୀ ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମହାରାଷ୍ଟ୍ରର ଅଧିକାଂଶ ସଂକ୍ରମିତ ମୁମ୍ବାଇରୁ ଅଛନ୍ତି ।
ସର୍ବଶେଷ ଆକଳନ ପରେ ମୁମ୍ବାଇରେ ବର୍ତ୍ତମାନ ୪୧,୦୯୯ କୋରୋନା ସଂକ୍ରମିତ ଅଛନ୍ତି । ମୁମ୍ବାଇରେ ୧,୩୧୯ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇରେ ସୁସ୍ଥ ହେବା ପରେ ୧୬,୯୮୫ କୋରୋନା ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ମୁମ୍ବାଇରେ ବର୍ତ୍ତମାନ ୨୨,୭୮୯ ସକ୍ରିୟ କୋରୋନା ମାମଲା ରହିଛି । ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।