ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ବର୍ତ୍ତମାନ ମେ ୩୧ ସୁଦ୍ଧା କର୍ମଚାରୀମାନେ ଏହାର ଲାଭ ନେବା ପାଇଁ ବିଲ୍ ଜମା କରିପାରିବେ, ଅନ୍ୟପଟେ ପୂର୍ବରୁ ଏହି ସମୟସୀମା ଏପ୍ରିଲ୍ ୩୦ ଥିଲା । କୋରୋନାର ଦ୍ୱିତୀୟ ଭୟଙ୍କର ଲହର (Second Wave of Coronavirus) ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କୋରୋନା ସଙ୍କଟ ମଧ୍ୟରେ ମୋଦି ସରକାର (Modi Govt) କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିଗୁଡ଼ିକ କେନ୍ଦ୍ର କର୍ମଚାରୀ (Central Govt Employees) ଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ସର୍ବପ୍ରଥମେ ଲିଭ୍ ଟ୍ରାଭେଲ୍ କନ୍ସେଶନ୍ (LTC) ସ୍ପେଶାଲ କ୍ୟାଶ୍ ପ୍ୟାକେଜ୍ ସ୍କିମ୍ ବିଷୟରେ କଥା ହେବା ତ ସରକାର ଏହାର ଲାଭ ନେବା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଆହୁରି ୩୧ଟି ଟ୍ରେନ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ବର୍ତ୍ତମାନ ମେ ୩୧ ସୁଦ୍ଧା କର୍ମଚାରୀମାନେ ଏହାର ଲାଭ ନେବା ପାଇଁ ବିଲ୍ ଜମା କରିପାରିବେ, ଅନ୍ୟପଟେ ପୂର୍ବରୁ ଏହି ସମୟସୀମା ଏପ୍ରିଲ୍ ୩୦ ଥିଲା । କୋରୋନାର ଦ୍ୱିତୀୟ ଭୟଙ୍କର ଲହର (Second Wave of Coronavirus) ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ କହି ରଖୁଛୁ ଯେ ଏହି ଯୋଜନାରେ LTC ଭଡା ଓ ଲିଭ୍ ଏନକ୍ୟାଶମେଣ୍ଟ ବଦଳରେ କର୍ମଚାରୀଙ୍କୁ ଅଗ୍ରୀମ ପ୍ରଦାନ କରିବାର ବ୍ୟବସ୍ଥା ଅଛି । କର୍ମଚାରୀଙ୍କ ଖର୍ଚ୍ଚକୁ ପ୍ରତ୍ସାହିତ କରିବା ପାଇଁ ସରକାର ଗତ ବର୍ଷ LTC ବଦଳରେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ମାଡ଼ି ଆସୁଛି ଆଉ ଏକ ବଡ଼ ସଙ୍କଟ!

ଏଥି ସହିତ ସରକାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (Dearness Alowance) ଉପରେ ମଧ୍ୟ ରିହାତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ଘୋଷଣା କରିଥିଲା ​​ଯେ ଜୁଲାଇ ୧,୨୦୨୧ ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ପୁନଃ ଆରମ୍ଭ ହେବ । ଡିଏର ତିନୋଟି ବିଚାରାଧୀନ କିସ୍ତି ସମ୍ପର୍କରେ ସରକାର ଏକ ବୈଠକ ମଧ୍ୟ କରିବାକୁ ଯାଉଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

DA ର ତିନୋଟି କିସ୍ତି (୧.୧.୨୦୨୦, ୧.୭.୨୦୨୦ ଏବଂ ୧.୧.୨୦୨୧) ବିଚାରାଧୀନ ଅଛି । ଏହି ବିଚାରାଧୀନ କିସ୍ତିଗୁଡିକ କେବେ ପ୍ରଦାନ କରାଯିବ ତାହା ସମାଧାନ କରିବାକୁ, ଜାତୀୟ ପରିଷଦ ଜେସିଏମ୍ ଓ କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ନିୟମିତ ଯୋଗାଯୋଗରେ ଅଛନ୍ତି । ମେ ମାସର ଶେଷ ସପ୍ତାହରେ ଏହି ପ୍ରସଙ୍ଗରେ ଏକ ବୈଠକ ହେବାକୁ ଯାଉଛି ।