• ରାଜ୍ୟର ମାଆ ଓ ଝିଅମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଲେ ନବୀନ
  • ରଜପର୍ବ ଉପଲକ୍ଷେ କାଲିଠୁ ୩ଟି ସହରରେ ଆରମ୍ଭ ହେବ ପିଠା ଅନ୍‌ ହ୍ବିଲ୍‌
  • ଭୁବନେଶ୍ବର, ସମ୍ବଲପୁର ଓ କଟକରେ ସୁଲଭ ଦରରେ ମିଳିବ ଓଡ଼ିଆ ପିଠା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୩୦୩ ଜୀବନ
  • ଦେଶରେ ଦିନକରେ ୮୦ ହଜାର ୮୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୪୬୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
  • ଦୂରଦର୍ଶନରେ ପାଠପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
  • ଆଜି ସାରା ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
  • ୧୨ ଘଣ୍ଟା ଭିତରେ ପୁରା ରାଜ୍ୟରେ ମୌସୁମୀ ବର୍ଷା

ଅବସର ନେଉଛନ୍ତି ତ ଆପଣଙ୍କ ପାଇଁ ଏହା ଜରୁରୀ ଖବର, ମୋଦି ସରକାର କରିଛନ୍ତି ବିଶେଷ ବ୍ୟବସ୍ଥା

ଏହି ସୁବିଧା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଯାହା ଗତ ବର୍ଷ ଆରମ୍ଭ ହୋଇଥିଲା । ମୋଦି ସରକାର ଏହି ସେବାକୁ ୧ ବର୍ଷ ବୃଦ୍ଧି କରିଛନ୍ତି । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀ ସପ୍ତମ ବେତନ ଆୟୋଗ (7th pay commission) ଅଧୀନରେ ଦରମା ଓ ପେନସନ ପାଉଛନ୍ତି ।

ଅବସର ନେଉଛନ୍ତି ତ ଆପଣଙ୍କ ପାଇଁ ଏହା ଜରୁରୀ ଖବର, ମୋଦି ସରକାର କରିଛନ୍ତି ବିଶେଷ ବ୍ୟବସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ଏହି ବର୍ଷ ଅବସର ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତିକର ଖବର ଅଛି । ଯଦି କୋଭିଡ-19 ମହାମାରୀ କାରଣରୁ ପେନସନ ହୋଇପାରିବ ନାହିଁ, ତେବେ ଆପଣଙ୍କୁ ପ୍ରୋଭିଜନାଲ ପେନସନ୍ (Provisional Pension) ମିଳିବ । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଘୋଷଣା କରିଛନ୍ତି ଯେ, ଅବସର ତାରିଖରୁ ଏହି ପେନସନ୍ ୧ ବର୍ଷ ପାଇଁ ବ୍ୟବସ୍ଥା କରାଯାଇଛି । ତାଙ୍କ କହିବାନୁସାରେ ମହାମାରୀ ସମୟରେ କର୍ମଚାରୀଙ୍କୁ ନିୟମିତ ପେନସନ୍ ପେମେଣ୍ଟ ଅର୍ଡର (PPO) ଜାରି ହେବା  ଏବଂ କାଗଜପତ୍ର କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରଦାନ କରାଯିବ । ସମାନ ବ୍ୟବସ୍ଥା ଫ୍ୟାମିଲି ପେନସନ୍ ପ୍ରାପ୍ତକର୍ତ୍ତାଙ୍କ ସହିତ ମଧ୍ୟ ହେବ ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୧୬ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

୧ ବର୍ଷ ବଢ଼ିବ ସୁବିଧା

ଏହି ସୁବିଧା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଯାହା ଗତ ବର୍ଷ ଆରମ୍ଭ ହୋଇଥିଲା । ମୋଦି ସରକାର ଏହି ସେବାକୁ ୧ ବର୍ଷ ବୃଦ୍ଧି କରିଛନ୍ତି । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀ ସପ୍ତମ ବେତନ ଆୟୋଗ (7th pay commission) ଅଧୀନରେ ଦରମା ଓ ପେନସନ ପାଉଛନ୍ତି ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ୩ ବକେୟା ମହଙ୍ଗା ଭତ୍ତା ଉପରେ ଏହି ମାସରେ ଅନୁଷ୍ଠିତ ହେବ ବୈଠକ?

ପେନସନ୍ ଫର୍ମ ଦାଖଲ କରିବାରେ ଅସୁବିଧା

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ଯୋଗୁଁ ସରକାରୀ କର୍ମଚାରୀମାନେ ଅଫିସରେ ପେନସନ୍ ଫର୍ମ ଦାଖଲ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହା ମଧ୍ୟ ସମ୍ଭବ ଯେ ସେମାନେ ସର୍ଭିସ ବୁକ୍ ସହିତ Claim ଫାର୍ମ ପେ ଏଣ୍ଡ ଆକାଉଣ୍ଟ ଅଫିସରେ ଜମା କରିବାର ସ୍ଥିତିରେ ନାହାଁନ୍ତି । ବିଶେଷକରି ଯଦି ଉଭୟ କାର୍ଯ୍ୟାଳୟ ବିଭିନ୍ନ ସହରରେ ଥାଏ, ତେବେ ଏହି ସମସ୍ୟା ଆହୁରି ବଢିଯାଏ ।

ଅଧିକ ପଢ଼ନ୍ତୁ:-କୋରୋନା ସଂକ୍ରମିତ ହେଲେ କଙ୍ଗନା ରାନାୱତ

ଫୋର୍ସ ପାଇଁ ଜରୁରୀ 

କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ୍ ବ୍ୟାପାର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଅନୁଯାୟୀ, ଗୋଟିଏ ସହରରୁ ଅନ୍ୟ ସହରକୁ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ପାଇଁ ଏହା ଆବଶ୍ୟକ । ଅନ୍ୟ ସହରରେ ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ, ଦରମା ଏବଂ ଆକାଉଣ୍ଟ ଅଫିସ ରହିଥାଏ ।