କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର
Advertisement

କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର

କେବଳ ଏତିକି ନୁହେଁ, ମହଙ୍ଗା ଭତ୍ତା (DA) ବୃଦ୍ଧି ସହିତ ସରକାର କେନ୍ଦ୍ର କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ନିୟମ ଅନୁଯାୟୀ, HRA କୁ ବୃଦ୍ଧି କରାଯାଇଛି କାରଣ ମହଙ୍ଗା ଭତ୍ତା ୨୫% ଅତିକ୍ରମ କରିଛି । ତେଣୁ କେନ୍ଦ୍ର ଭଡା ଘର ଭଡାକୁ ୨୭ ପ୍ରତିଶତକୁ ବୃଦ୍ଧି କରିଛି ।

କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର

ନୂଆଦିଲ୍ଲୀ: 7th Pay Commission Latest News Today: ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା କର୍ମଚାରୀ ଓ ପେନସନଭୋଗୀ (Central Govt Employees and Pensioners) ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା (Dearness Allowance) ପାଇବା ଆରମ୍ଭ କରିଛନ୍ତି । ସେପଟେ କେନ୍ଦ୍ର କର୍ମଚାରୀଙ୍କୁ ଗୋଟିଏ ମୋର୍ଚ୍ଚାରେ ନିରାଶ ହେବାକୁ ପଡ଼ିଛି । ବାସ୍ତବରେ, କେନ୍ଦ୍ର କର୍ମଚାରୀଙ୍କ ମାସିକ ବେତନ ବୃଦ୍ଧି (monthly basic salary of central employees) ଉପରେ ବିଚାର କରିବାକୁ ସରକାର ମନା କରି ଦେଇଛନ୍ତି । ଅର୍ଥାତ୍, ବର୍ତ୍ତମାନ କର୍ମଚାରୀଙ୍କ ମାସିକ ବେତନରେ କୌଣସି ବୃଦ୍ଧି ହେବ ନାହିଁ ।

Basic Pay ବୃଦ୍ଧି କରିବାକୁ କୌଣସି ବିଚାର ନାହିଁ

ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ କେନ୍ଦ୍ର ସରକାର (Central Govt) ଏଭଳି ଯୋଜନା ଉପରେ ବିଚାର କରୁନାହାଁନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ (7th Central Pay Commission) ର ସୁପାରିଶ ଆଧାରରେ ସଂଶୋଧିତ ବେତନ ସଂରଚନାରେ ବେତନ ସ୍ଥିର କରିବା ଉଦ୍ଦେଶ୍ୟରେ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ୨.୫୭ ର ଫିଟମେଣ୍ଟ ଫ୍ୟାକ୍ଟରକୁ ସମାନ ଭାବରେ କାର୍ଯ୍ୟକାରୀ କରାଯାଇଛି ।

ଅର୍ଥମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ କେନ୍ଦ୍ର ସରକାର ବର୍ତ୍ତମାନ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିଶ ଆଧାରରେ ଫିଟମେଣ୍ଟ ଫ୍ୟାକ୍ଟର୍ ଅନୁଯାୟୀ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ପୁନଃ ଲାଗୁ କରିବା ପରେ କର୍ମଚାରୀଙ୍କ ମାସିକ ବେତନ ବୃଦ୍ଧି କରିବାକୁ ସକ୍ରିୟ ଭାବରେ ବିଚାର କରୁଛନ୍ତି କି?

ବର୍ତ୍ତମାନ ୩୧ ପ୍ରତିଶତ ହୋଇଯିବ DA

ଆମେ ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ କେନ୍ଦ୍ର କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA ପାଉଥିଲେ । ଜୁଲାଇ ୧, ୨୦୨୧ରୁ ଏହାକୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଜାନୁୟାରୀ ୨୦୨୦ରେ DA ୪ ପ୍ରତିଶତ ବଢ଼ିଥିଲା, ତାପରେ ଜୁନ୍ ୨୦୨୦ରେ ୩ ପ୍ରତିଶତ ଏବଂ ଜାନୁୟାରୀ ୨୦୨୧ରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହି ତିନୋଟି କିସ୍ତିର ପେମେଣ୍ଟ ହେବାର ଅଛି । କିନ୍ତୁ, କର୍ମଚାରୀମାନେ ଜୁନ୍ ୨୦୨୧ ପାଇଁ ମହଙ୍ଗା ଭତ୍ତା ଡାଟାକୁ ଅପେକ୍ଷା କରିଛନ୍ତି ।

ଏହି ତଥ୍ୟ ଶୀଘ୍ର ପ୍ରକାଶ ପାଇପାରେ । AICPI ର ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୧ ରେ ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘଟିବ । ଯଦି ଏହା ଘଟେ, ତେବେ ସମୁଦାୟ DA ୩୧ ପ୍ରତିଶତକୁ ବୃଦ୍ଧି ପାଇବ । ସେପ୍ଟେମ୍ବର ମାସର ଦରମା ସହିତ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ।

DA ସହିତ HRA ମଧ୍ୟ ବୃଦ୍ଧି

କେବଳ ଏତିକି ନୁହେଁ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ସରକାର କେନ୍ଦ୍ର କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ନିୟମ ଅନୁଯାୟୀ, HRA କୁ ବୃଦ୍ଧି କରାଯାଇଛି କାରଣ ମହଙ୍ଗା ଭତ୍ତା ୨୫% ଅତିକ୍ରମ କରିଛି । ତେଣୁ କେନ୍ଦ୍ର ଭଡା ଘର ଭଡାକୁ ୨୭ ପ୍ରତିଶତକୁ ବୃଦ୍ଧି କରିଛି ।

ବାସ୍ତବରେ, ବ୍ୟୟ ବିଭାଗ ୭ ଜୁଲାଇ ୨୦୧୭ରେ ଏକ ନିର୍ଦ୍ଦେଶ ଜାରି କରିଥିଲା । ​​ଯେଉଁଥିରେ କୁହାଯାଇଥିଲା ଯେ ଯେତେବେଳେ ମହଙ୍ଗା ଭତ୍ତା ୨୫ ପ୍ରତିଶତରୁ ଅଧିକ ହେବ ତେବେ HRA ସଂଶୋଧିତ ହେବ । ଜୁଲାଇ ୧ ଠାରୁ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି, ତେଣୁ HRA କୁ ମଧ୍ୟ ସଂଶୋଧନ କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସରେ ଝଡ଼: ୨ ମନ୍ତ୍ରୀ ଦେଲେ ଇସ୍ତଫା, ସିଦ୍ଧୁଙ୍କୁ ନେଇ କ୍ୟାପଟେନ କଲେ ଏହି ବଡ଼ ଦାବି

ଅଧିକ ପଢ଼ନ୍ତୁ:-କ'ଣ ପାଇଁ କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ନିଜେ କହିଲେ ଏହାର କାରଣ?

ଅଧିକ ପଢ଼ନ୍ତୁ:-ଖାଇବା ତେଲର ଦାମ୍ ହେବ କମ୍! କେନ୍ଦ୍ର ସରକାର ନେଲା ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଭାନୀ