କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା
Advertisement

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା

EPFO ଦ୍ୱାରା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ମଡ୍ୟୁଲର HR-Soft ଅନଲାଇନ୍ ୱିଣ୍ଡୋ ଲଞ୍ଚ କରାଯାଇଛି । 

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଓ ପଦୋନ୍ନତିର ସମୟ ଆସିଯାଇଛି । ଅର୍ଥାତ୍ କର୍ମଚାରୀଙ୍କ ଆପ୍ରାଇଜାଲ୍ (Appraisal) ଗାଡ଼ି ବର୍ତ୍ତମାନ ଚାଲି ପଡ଼ିଛି । କର୍ମଚାରୀମାନେ ନିଜର self-appraisal ଜୁନ୍ ୩୦ ସୁଦ୍ଧା ନିଜ ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ହେବାର ଖୁସି ପରେ ଆପ୍ରାଇଜାଲର ଆରମ୍ଭ କର୍ମଚାରୀଙ୍କ ପାଇଁ ବର୍ତ୍ତମାନ ଦ୍ୱିଗୁଣ ଖୁସି ଖବର ଆଣିଛି ।

ଅଧିକ ପଢ଼ନ୍ତୁ:-ରେଲୱେରେ ଏହି ବିଭିନ୍ନ ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ବିନା ପରୀକ୍ଷାରେ ମିଳିବ ଚାକିରି, ଦଶମ ପାସ୍ ଛାତ୍ରଛାତ୍ରୀ ଶୀଘ୍ର କରନ୍ତୁ ଅପ୍ଲାଇ

Appraisal ପାଇଁ ଅନଲାଇନ୍ ୱିଣ୍ଡୋ ଲଞ୍ଚ

EPFO ଦ୍ୱାରା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ମଡ୍ୟୁଲର HR-Soft ଅନଲାଇନ୍ ୱିଣ୍ଡୋ ଲଞ୍ଚ କରାଯାଇଛି । Group A, Group B ଓ Group C କର୍ମଚାରୀଙ୍କ ପାଇଁ ଏହି ୱିଣ୍ଡୋ ଖୋଲା ଅଛି । ଏହି ୱିଣ୍ଡୋକୁ ଯାଇ ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ ସେମାନଙ୍କର ରିଭ୍ୟୁ ଓ ରିପୋର୍ଟ ଦାଖଲ କରିବାକୁ ପଡିବ । ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍

ଦୁଇ ଥର ସ୍ଥଗିତ ରଖାଯାଇଥିଲା Appraisal

ଏହାପୂର୍ବରୁ କୋରୋନା ଭୂତାଣୁ କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷର ବାର୍ଷିକ Appraisal କୁ ଆଗକୁ ସ୍ଥଗିତ ରଖାଯାଇଥିଲା । ଡିପାର୍ଟମେଣ୍ଟ ଅଫ ପର୍ସନଲ ଟ୍ରେନିଂ (DoPT) ଏପ୍ରିଲ୍ ୧୪, ୨୦୨୧ରେ ଏନେଇ ଏକ ନିର୍ଦ୍ଦେଶ ଜାରି କରିଥିଲା, ଯାହା ଅନୁଯାୟୀ CSS, CSSS ଏବଂ CSCS କ୍ୟାଡରର ଗ୍ରୁପ୍ ଏ, ବି ଏବଂ ସିର ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ଦାଖଲ ତାରିଖ ଡିସେମ୍ବର ୩୧,୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ଫେବୃଆରୀ ୨୮,୨୦୨୧ରେ ଅବସର ନେଇଛନ୍ତି, ସେମାନେ ମଧ୍ୟ ଏହି ସୁବିଧା ପାଇବେ । ଯଦିଓ ଏହା ପୂର୍ବରୁ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର କର୍ମଚାରୀଙ୍କ APAR କୁ ଆଗକୁ ବଢ଼ାଇ ଦିଆଯାଇଥିଲା । ତେବେ ଏହାକୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଯେତେବେଳେ କି ଏହାର ଶେଷ ହେବାର ତାରିଖ ୩୧ ଡିସେମ୍ବର ୨୦୨୦ ଥିଲା ।

Appraisal ୱିଣ୍ଡୋ ଖୋଲା

ସିଭିଲ୍ ଆକାଉଣ୍ଟସ୍ ବ୍ରଦର୍ଡ ଏଜି ୟୁପିର ପୂର୍ବତନ ସଭାପତି ହରିଶଙ୍କର ତିୱାରୀଙ୍କ ଅନୁଯାୟୀ ବର୍ତ୍ତମାନ APAR ର ୱିଣ୍ଡୋ ଖୋଲିଯାଇଛି । ଏହା ଏରିୟର ଭାବେ ଯେଉଁ ତାରିଖରୁ ଡ୍ୟୁ ହେବ, ସେହି ଦିନରୁ ହିଁ ମିଳିବ । ପେନସନଭୋଗୀଙ୍କ ବିଷୟରେ ମଧ୍ୟ ସମାନ ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ ପ୍ରୋଭିଜନାଲ ପେନସନ୍ ଦିଆଯାଉଛି । ଯେତେବେଳେ ଜଣେ ସରକାରୀ କର୍ମଚାରୀ ଅବସର ନେବେ, ତାଙ୍କୁ ପ୍ରୋଭିଜନାଲ ପେନସନ୍ ମିଳିବ । ଏହି ପେନସନ୍ ତାଙ୍କର ଶେଷ ଦରମା ଅନୁଯାୟୀ କରାଯାଇଥାଏ । ତଥାପି, ପ୍ରକୃତ ପେନସନ୍ ଓ ପ୍ରୋଭିଜନାଲ ପେନସନ୍ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ ।

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଡିପାର୍ଟମେଣ୍ଟ ଅଫ ପର୍ସନଲ ଟ୍ରେନିଂ (DoPT) ର ନିର୍ଦ୍ଦେଶ ଅନୁଯାୟୀ, ମେ ୩୧, ୨୦୨୧ ସୁଦ୍ଧା ଖାଲି ଫର୍ମ / APAR ର ଜେନେରଟ କରିବାର କାର୍ଯ୍ୟ ଶେଷ କରିବାର ଥିଲା । ଏହା ପରେ ଜୁନ୍ ୩୦ ସୁଦ୍ଧା କର୍ମଚାରୀମାନଙ୍କୁ self-appraisal ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଏହା ପରେ ଏହା ରିଭ୍ୟୁ ଅଧିକାରୀଙ୍କ ନିକଟକୁ ଯିବ ଏବଂ ସମସ୍ତ ପ୍ରକ୍ରିୟା ମାଧ୍ୟମରେ ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ।