କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପାଇଁ ଖୁବ୍ ଶୀଘ୍ର ହେବ ବୈଠକ, ଜାଣନ୍ତୁ କେବେ ମିଳିବ ୩ଟି ବକେୟା କିସ୍ତି?
Advertisement

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପାଇଁ ଖୁବ୍ ଶୀଘ୍ର ହେବ ବୈଠକ, ଜାଣନ୍ତୁ କେବେ ମିଳିବ ୩ଟି ବକେୟା କିସ୍ତି?

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପ୍ରତିନିଧି ସଂସ୍ଥା ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ଓ ଅର୍ଥ ମନ୍ତ୍ରଣାଳୟ ତଥା କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ (DoPT) ର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ଜୁଲାଇରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ DA ର ଓ ଏରିୟର ପ୍ରଦାନ ପାଇଁ ବୈଠକ ମେ' ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଅର୍ଥନୈତିକ ଖବରକାଗଜ ମିଣ୍ଟ୍ର ଖବର ଅନୁଯାୟୀ ଏହି ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ ।

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପାଇଁ ଖୁବ୍ ଶୀଘ୍ର ହେବ ବୈଠକ, ଜାଣନ୍ତୁ କେବେ ମିଳିବ ୩ଟି ବକେୟା କିସ୍ତି?

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀମାନେ ସେମାନଙ୍କର ମହଙ୍ଗା ଭତ୍ତା (dearness allowance) ଓ  ବକେୟା କିସ୍ତିକୁ ଉତ୍ସାହର ସହିତ ଅପେକ୍ଷା କରି ବସିଛନ୍ତି । କର୍ମଚାରୀ ସଂଗଠନର ପ୍ରତିନିଧୀ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଖୁବ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ପ୍ରାୟ ୩୦୦୦ ଜୁନିଅର ଡାକ୍ତରଙ୍କ ସାମୂହିକ ଇସ୍ତଫା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା...

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପ୍ରତିନିଧି ସଂସ୍ଥା ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ଓ ଅର୍ଥ ମନ୍ତ୍ରଣାଳୟ ତଥା କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ (DoPT) ର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ଜୁଲାଇରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ DA ର ଓ ଏରିୟର ପ୍ରଦାନ ପାଇଁ ବୈଠକ ମେ' ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଅର୍ଥନୈତିକ ଖବରକାଗଜ ମିଣ୍ଟ୍ର ଖବର ଅନୁଯାୟୀ ଏହି ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ ।

ଅଧିକ ପଢ଼ନ୍ତୁ:-କେବଳ ୨ଟି ରାଜ୍ୟରେ ୯୦ ହଜାର ପିଲା ସଂକ୍ରମିତ ତ ସାରା ଦେଶରେ କେତେ ହେବ, କ'ଣ 'ତୃତୀୟ ଲହର'ର ହୋଇସାରିଛି କି ଏଣ୍ଟ୍ରି?

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ଅନୁଯାୟୀ, ଏହି ବୈଠକ ବର୍ତ୍ତମାନ ଚଳିତ ମାସରେ ଅର୍ଥାତ୍ ଜୁନରେ ଅନୁଷ୍ଠିତ ହେବ । ଦିଲ୍ଲୀରେ କୋଭିଡ ପ୍ରତିବନ୍ଧକ ହେତୁ DA ର ତିନୋଟି ବକେୟା କିସ୍ତି ଦେୟ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇନାହିଁ । ସପ୍ତମ ବେତନ ଆୟୋଗ (7th Pay Commission) ଙ୍କ କହିବାନୁସାରେ, ଏହି ବକେୟା ଜାନୁଆରୀ ୧, ୨୦୨୦ ପରେ ତିନିଟି କିସ୍ତିର ରହିଛି, କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଦେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ସରକାର ନିଜର ୪୮ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ (DR) ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସରକାର DA ର ବର୍ଦ୍ଧିତ ରାଶି ୨୮ ପ୍ରତିଶତ ହିସାବରେ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇବେ । ଯଦିଓ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ । ସରକାର ଏତିକି ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କର୍ମଚାରୀ DA ପାଇବେ । ବର୍ତ୍ତମାନ ଲଢ଼େଇ କେବଳ ଏରିୟର ବା ବକେୟାକୁ ନେଇ ଜାରି ରହିଛି । ଜାନୁଆରୀ୧, ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୧୮ ମାସର ବକେୟା କିସ୍ତି ରହିଛି । ବର୍ତ୍ତମାନ କର୍ମଚାରୀଙ୍କ ପାଇଁ ବକେୟା ପାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ବାସ୍ତବରେ ସରକାର DA ପରିମାଣ ଦେବାକୁ ପ୍ରସ୍ତୁତ, କିନ୍ତୁ କର୍ମଚାରୀ ସଂଗଠନଗୁଡ଼ିକ ମଧ୍ୟ 'ବକେୟା' ଦେୟ ଉପରେ ଜୋର ଦେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୪୮ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୭ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।