• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମଧ୍ୟ ମହଙ୍ଗା ଭତ୍ତା ନ ମିଳିବାର ସମ୍ଭାବନା ମଧ୍ୟରେ ସାମ୍ନାକୁ ଆସିଲା ବଡ଼ ଖବର

ଜାନୁଆରୀ ୧, ୨୦୨୦ ଠାରୁ କେନ୍ଦ୍ର କର୍ମଚାରୀଙ୍କ DA ଫ୍ରିଜ୍ ରହିଛି । 

ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମଧ୍ୟ ମହଙ୍ଗା ଭତ୍ତା ନ ମିଳିବାର ସମ୍ଭାବନା ମଧ୍ୟରେ ସାମ୍ନାକୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କୋଭିଡ ସଂକ୍ରମଣକୁ ନେଇ ବଦଳୁଥିବା ପରିସ୍ଥିତି ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କୁ ଜୁଲାଇରୁ ମହଙ୍ଗା ଭତ୍ତା (Dearness Allowance) ନ ମିଳିବାର ଆଶଙ୍କା ଲାଗିରହିଛି । ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀ ନେତାଙ୍କ ମେ ୮ରେ ପ୍ରସ୍ତାବିତ ବୈଠକ ନହେବା କାରଣରୁ ସେମାନଙ୍କ ଆଶଙ୍କାକୁ ଆହୁରି ବଳ ମିଳିଛି । ଏଭଳି ପରିସ୍ଥିତିରେ ସେମାନେ ଆନ୍ଦୋଳନ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଜାନୁଆରୀ ୧, ୨୦୨୦ ଠାରୁ କେନ୍ଦ୍ର କର୍ମଚାରୀଙ୍କ DA ଫ୍ରିଜ୍ ରହିଛି । ଏହିପରି ଭାବେ ସେମାନଙ୍କୁ DA ର ତିନୋଟି କିସ୍ତିର ଲାଭ ମିଳି ନାହିଁ । ଏହି ଅବଧି ମଧ୍ୟରେ ଡିଏ ୧୭ରୁ ୨୮ ପ୍ରତିଶତକୁ ବୃଦ୍ଧି ହେବାର ଥିଲା । ଜୁଲାଇରେ ମଧ୍ୟ ୪ କିମ୍ବା ୫ ପ୍ରତିଶତ ବୃଦ୍ଧି ହେବାର ଚର୍ଚ୍ଚା ହେଉଛି । ଏପରି ପରିସ୍ଥିତିରେ ଜୁଲାଇରୁ ୩୨ କିମ୍ବା ୩୩ ପ୍ରତିଶତ DA ର ସମ୍ଭାବନା ରହିଛି । ସରକାରଙ୍କ ତରଫରୁ ଜୁଲାଇରୁ ବର୍ଦ୍ଧିତ ଡିଏର ଲାଭ ପ୍ରଦାନ କରିବାର ସଙ୍କେତ ଦିଆଯାଇଛି, କିନ୍ତୁ ଅଧିକାରୀଙ୍କ ବୈଠକ ନହେବା କାରଣରୁ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ଏହା ବ୍ୟତୀତ ସେମାନେ ମଧ୍ୟ ଭୟ କରୁଛନ୍ତି ଯେ ଦ୍ୱିତୀୟ ଲହର ପରେ ସରକାର ଅନେକ ସ୍ତରରେ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍

ଏପରି ପରିସ୍ଥିତିରେ, DA କୁ ଆହୁରି ଫ୍ରିଜ୍ କରାଯାଇପାରେ । କନଫେଡେରେସନ୍ ଅଫ୍ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଏମ୍ପାଲଇଜ ଏଣ୍ଡ ୱର୍କର୍ସର ଅଧ୍ୟକ୍ଷ ସୁଭାଷ ପାଣ୍ଡେ କହିଛନ୍ତି ଯେ, ମେ’ର ଶେଷ ସପ୍ତାହରେ ମଧ୍ୟ ଏହି ବୈଠକ ପ୍ରସ୍ତାବିତ ଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । ଏହା କର୍ମଚାରୀମାନଙ୍କୁ ନିରାଶ କରିଛି । ସେ କହିଛନ୍ତି ଯେ, ଯଦି ବର୍ଦ୍ଧିତ ଡିଏ ଘୋଷଣା କରା ନ ଯାଏ ତେବେ କର୍ମଚାରୀ ଓ ପେନସନଭୋଗୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଉତ୍ତରପ୍ରଦେଶ ରାଜ୍ୟ କର୍ମଚାରୀ ସଂଘର ବିଭାଗୀୟ ସଭାପତି ଅଶ୍ୱନୀ କୁମାର ଶ୍ରୀବାସ୍ତବ ମଧ୍ୟ DA କୁ ଆହୁରି ଫ୍ରିଜ୍ କରିବାର ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଯଦି ବର୍ଦ୍ଧିତ DA ଘୋଷଣା କରା ନ ଯାଏ ତେବେ ବିରୋଧ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ଅଧିକ ପଢ଼ନ୍ତୁ:-ଏହି କେନ୍ଦ୍ର କର୍ମଚାରୀଙ୍କ ହୋଇସାରିଛି ୨.୮୮ ଲକ୍ଷ ଟଙ୍କାର କ୍ଷତି! ଜାଣନ୍ତୁ କେବେ ଫେରସ୍ତ ମିଳିବ ଏହି ଟଙ୍କା

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୪୮ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୭ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।