ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ
Advertisement

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ଆପଣଙ୍କୁ କହି ରଖୁଛୁ ଯେ, ବୈଠକର ସବୁଠାରୁ ବଡ ପ୍ରସଙ୍ଗ ହେଉଛି କୋରୋନା ମହାମାରୀ କାରଣରୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ପ୍ରତିବନ୍ଧକ । ଯେତେବେଳେ ଏହି ପ୍ରତିବନ୍ଧକ ହଟାଯିବ, ସେତେବେଳେ କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାର ୩ଟି କିସ୍ତି ପାଇବେ । ଏହାଦ୍ୱାରା ଦରମା ବୃଦ୍ଧି ପାଇବ ।

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଏହାର ବକେୟା ରାଶି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଜୁନ ୨୬ରେ ଜାତୀୟ ପରିଷଦ ଜେସିଏମ୍ (National council JCM) ର ପ୍ରତିନିଧି ଓ ମୋଦି ସରକାରୀଙ୍କ  Department of Personnel & Training ର ଅଧିକାରୀଙ୍କ ମଧ୍ୟରେ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୋଟ ଫ୍ରିଜ୍ ମହଙ୍ଗା ଭତ୍ତା ସହିତ ମୋଟ ୨୯ଟି ବିଷୟ ଉପରେ ଆଲୋଚନା କରାଯିବ । ଯଦି ବୈଠକ ସକରାତ୍ମକ ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଅନେକ ଦାବି ପୂରଣ ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ଆପଣଙ୍କୁ କହି ରଖୁଛୁ ଯେ, ବୈଠକର ସବୁଠାରୁ ବଡ ପ୍ରସଙ୍ଗ ହେଉଛି କୋରୋନା ମହାମାରୀ କାରଣରୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ପ୍ରତିବନ୍ଧକ । ଯେତେବେଳେ ଏହି ପ୍ରତିବନ୍ଧକ ହଟାଯିବ, ସେତେବେଳେ କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାର ୩ଟି କିସ୍ତି ପାଇବେ । ଏହାଦ୍ୱାରା ଦରମା ବୃଦ୍ଧି ପାଇବ ।

କେନ୍ଦ୍ର କର୍ମଚାରୀଙ୍କ ସଙ୍ଗଠନ ନ୍ୟାସନାଲ କାଉନସିଲ୍ ଅଫ୍ ଜ୍ୱଏଣ୍ଟ କନସଲ୍ଟେଟିଭ ମଶିନାରୀ (JCM) ଅନୁଯାୟୀ, ମେ ୮ରେ ହେବାକୁ ଥିବା ବୈଠକ ବର୍ତ୍ତମାନ ଜୁନ ୨୬ରେ ଅନୁଷ୍ଠିତ ହେବ । ବୈଠକର ପ୍ରସଙ୍ଗ ସ୍ଥିର ହୋଇଛି । ଜେସିଏମ୍ ସଚିବ (ଷ୍ଟାଫ୍ ସାଇଡ୍) ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ, ଆମେ ଅର୍ଥ ମନ୍ତ୍ରଣାଳୟ ଓ କର୍ମଚାରୀ ଏବଂ ତାଲିମ ବିଭାଗର ଅଧିକାରୀଙ୍କ ସହ ଏକ ବୈକଠ କରିବୁ । ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ବିଶେଷକରି ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ଉପଲବ୍ଧ ମହଙ୍ଗା ଭତ୍ତାର ବକେୟା ବିଷୟରେ ଆଲୋଚନା ହେବ । ଏଥିରେ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ର ବକେୟା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆମେ ଚାହୁଁଛୁ ସରକାର ଆମକୁ ବକେୟା ଦିଅନ୍ତୁ । ଯଦି ଏହାକୁ ଏକତ୍ର ଦିଆଯାଇପାରିବ ନାହିଁ, ତେବେ ଏହାକୁ କିସ୍ତିରେ ପ୍ରଦାନ କରାଯିବା ଉଚିତ ।

ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଏହି ୩ଟି ରାଜ୍ୟରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

କିଏ କିଏ ରହିବେ ବୈଠକରେ

ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ ଏହି ବୈଠକର ଅଧ୍ୟକ୍ଷତା ସଚିବ ସ୍ତରୀୟ ଅଧିକାରୀ କରିବେ । ଏହି ବୈଠକରେ ସପ୍ତମ ବେତନ ଆୟୋଗର DA ଏବଂ DR ସହିତ କର୍ମଚାରୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ ହେବ । ରାଜ୍ୟ କର୍ମଚାରୀ ମିଳିତ ପରିଷଦ (UP) ସାଧାରଣ ସମ୍ପାଦକ ଆର.କେ ନିଗମ କହିଛନ୍ତି ଯେ, ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ପ୍ରତିବନ୍ଧକକୁ ହଟାଇବା ଉଚିତ୍ । ଏହା ସହିତ ଦେଢ ବର୍ଷର ବକେୟା ମଧ୍ୟ ଦିଆଯାଉ ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ବୈଠକର ୧୦ଟି ବଡ ଏଜେଣ୍ଡା

୧. ସରକାରୀ କର୍ମଚାରୀଙ୍କ ପାଇଁ ମେଡିକାଲ ଆଡଭାନ୍ସ ।

୨. ଡାକ୍ତରଖାନାରେ ଦୀର୍ଘ ସମୟ ରହିବା ଉପରେ Reimbursement ର ବ୍ୟବସ୍ଥା ।

୩. କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ସେବା ( Central government health services) ଯେଉଁ ସହରରେ ଉପଲବ୍ଧ ନାହିଁ, ସେହି ସହରରେ ରହୁଥିବା ପେନସନଭୋଗୀଙ୍କ indoor treatment ର ଖର୍ଚ୍ଚର Reimbursement ମିଳୁ ।

୪. ଡାକ୍ତରଖାନାରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ Hospital Patient care allowance ମିଳୁ ।

୫. CGHS ବାହାରେ ଥିବା ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଉ ।

୬. ଜାନୁଆରୀ ୧, ୨୦୦୪ ପରେ ସରକାରୀ ଚାକିରିରେ ଆସିଥିବା ଲୋକଙ୍କୁ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (GPF) ସୁବିଧା ଦିଆଯାଉ ।

୭. Group Insurance Schem ର ସଂଶୋଧନ ।

୮. ସପ୍ତମ ବେତନ ଆୟୋଗର ସମସ୍ତ ଅସନ୍ତୁଷ୍ଟତାକୁ ଶେଷ କରାଯାଉ ।

୯. ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ଫ୍ରିଜ୍ କରିବାର ଆଦେଶ ଉଠାଇ ନିଆଯାଉ ।

୧୦. ଚାକିରିରୁ ବାହାର ହୋଇଯାଇଥିବା କର୍ମଚାରୀଙ୍କ ବିଧବା ପତ୍ନୀଙ୍କୁ ଭତ୍ତା ଦିଆଯାଉ ।

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୪୮ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୭ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।