କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!
Advertisement

କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କ ମୁହଁରେ ଖୁବ୍ ଶୀଘ୍ର ହସ ଫୁଟିବ । କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ବର୍ତ୍ତମାନ ୨୮ ପ୍ରତିଶତ ହାରରେ ଦେଇପାରନ୍ତି । ଏହି ଭତ୍ତା ଦୀର୍ଘ ସମୟ ଧରି ଅଟକି ରହିଛି । କୋରୋନା ସଂକ୍ରମଣ ଯୋଗୁଁ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତା ଉପରେ ସରକାର ରୋକ ଲଗାଇ ରଖିଛନ୍ତି । ତେବେ ମୋଦି ସରକାର (Modi Govt) ସଂସଦରେ କହି ସାରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରୁ ଅଟକି ରହିଥିବା ମହଙ୍ଗା ଭତ୍ତା ପୁଣିଥରେ ଆରମ୍ଭ କରିଦିଆଯିବ । ମହଙ୍ଗା ଭତ୍ତା ଯାହା ବର୍ତ୍ତମାନ ୧୭ ପ୍ରତିଶତ ହାରରେ ମିଳୁଛ, ଏଥିରେ ୧୧ ପ୍ରତିଶତ ବୃଦ୍ଧି କରାଯାଇପାରେ । ଅର୍ଥାତ୍ ଏହା ସିଧା ସଳଖ ୨୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । 

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

ଅଧିକ ପଢ଼ନ୍ତୁ:-ଏ ସବୁ ସ୍ଥାନରେ ଆଗାମୀ ୫ ଦିନ ହୋଇପାରେ ପ୍ରବଳ ବର୍ଷା, ଜାଣି ନିଅନ୍ତୁ ପାଣିପାଗ ବିଭାଗର ଆଲର୍ଟ

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

କିଛି ଦିନ ପୂର୍ବେ ସରକାରୀ ପେନସନଭୋଗୀଙ୍କ ପାଇଁ ଫ୍ୟାମିଲି ପେନସନର ସର୍ବାଧିକ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କେନ୍ଦ୍ର ସରକାର ଫ୍ୟାମିଲି ପେନସନର ସର୍ବାଧିକ ସୀମାକୁ ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ୟାମିଲି ପେନସନର ସର୍ବାଧିକ ସୀମା ମାସକୁ ୪୫,୦୦୦ ଟଙ୍କା ଥିଲା । ବର୍ତ୍ତମାନ ଏହାକୁ ମାସକୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ଭାରତରେ ତିନି ଗୁଣ ବଢ଼ିଛି କୋରୋନା ସଂକ୍ରମଣ, ସୁସ୍ଥ ହୋଇଥିବା ଲୋକଙ୍କୁ ପୁଣିଥରେ ସଂକ୍ରମିତ ହେବାର ଭୟ

ଡିଏ ପୁଣି ମିଳିବା ପରେ କେନ୍ଦ୍ର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି (PF) ମଧ୍ୟ ବୃଦ୍ଧି ପାଇବ । ସୂଚନାଯୋଗ୍ୟ ଯେ, କେନ୍ଦ୍ର କର୍ମଚାରୀଙ୍କ PF ଯୋଗଦାନର ହିସାବ ବେସିକ ବେତନ ପ୍ଲସ୍ DA ର ଫର୍ମୂଲା ଦ୍ୱାରା କରାଯାଇଥାଏ ।