ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?
Advertisement

ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?

ଏହା କୁହାଯାଉ ଯେ, ସରକାରଙ୍କ ତରଫରୁ କୁହାଯାଇଛି ଯେ ଜୁଲାଇ ୧ରୁ କର୍ମଚାରୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଏହା ପରେ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ।

ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ନିକଟ ଅତୀତରେ କେନ୍ଦ୍ର ସରକାର (Central Govt) କହିଥିଲେ ଯେ, ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ପୁନଃ କାର୍ଯ୍ୟକାରୀ ହେବ । ମୋଦି ସରକାର (Modi Govt) ଏହି ବ୍ୟବସ୍ଥାକୁ ଚଳିତ ବର୍ଷ ଜୁଲାଇ ୧ରୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରାୟ ୫୨ ଲକ୍ଷ କର୍ମଚାରୀ ଉପକୃତ ହେବେ । କିନ୍ତୁ କର୍ମଚାରୀମାନେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି ଯେ ସେମାନଙ୍କ ଦରମା କେତେ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…

ଏହା କୁହାଯାଉ ଯେ, ସରକାରଙ୍କ ତରଫରୁ କୁହାଯାଇଛି ଯେ ଜୁଲାଇ ୧ରୁ କର୍ମଚାରୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଏହା ପରେ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ । ଯେଉଁଥିରେ ୩ ପ୍ରତିଶତ ଏବଂ ୪ ପ୍ରତିଶତ ଏକ୍ସପେକ୍ଟେଡ ବୃଦ୍ଧି ହେବାର ଆଶଙ୍କା ରହିଛି । DA ର ଏହି ବୃଦ୍ଧି ଜାନୁଆରୀ ୧,୨୦୨୧ରୁ ବକେୟା । ସପ୍ତମ ବେତନ ଆୟୋଗର ନିୟମ ଅନୁଯାୟୀ, କର୍ମଚାରୀଙ୍କ ମୂଳ ଦରମା ଫିଟମେଣ୍ଟ ଫ୍ୟାକ୍ଟରରୁ ମଲ୍ଟିପ୍ଲାଇ କରାଯାଇଥାଏ ।

ଅଧିକ ପଢ଼ନ୍ତୁ:-ସ୍ୱଳ୍ପ ଆୟକାରୀଙ୍କ ପାଇଁ LIC ର ଶସ୍ତା ପ୍ଲାନ୍, ମାସକୁ ୫୦୦ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କା

ଏହି ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଷୟରେ ଜଣାପଡ଼ିଥାଏ । ଏହା ଉପରେ ପ୍ରାପ୍ତ ମୋଟ ଭତ୍ତା ଯୋଗ କରି ଦରମା ସ୍ଥିର କରାଯାଇଥାଏ । ଦରମା ବ୍ରେକଅପର ସେଗମେଣ୍ଟରେ ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, ଘର ଭଡା ଭତ୍ତା, ମେଡିକାଲ୍ ରିଇମ୍ୱର୍ସମେଣ୍ଟ ଇତ୍ୟାଦି ସାମିଲ ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହି ବେତନରେ ବିଚାରାଧୀନ ବକେୟା ରାଶି ସହ ଡିଏ ପରେ ଭ୍ରମଣ ଭତ୍ତା ଆହୁରି ବଢିଯିବ । ମହଙ୍ଗା ଭତ୍ତାରେ ବୃଦ୍ଧି ହେବା ସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ PF ଓ ଗ୍ରାଚ୍ୟୁଇଟି ଯୋଗଦାନରେ ପରିବର୍ତ୍ତନ ହେବ ।