କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଆକାଉଣ୍ଟରେ ଆସିବ ୨,୧୮,୨୦୦ ଟଙ୍କା ଆସିବ, ଜାଣନ୍ତୁ କିପରି
Advertisement

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଆକାଉଣ୍ଟରେ ଆସିବ ୨,୧୮,୨୦୦ ଟଙ୍କା ଆସିବ, ଜାଣନ୍ତୁ କିପରି

7th Pay Commission:କେନ୍ଦ୍ର କର୍ମଚାରୀଙ୍କ ସେପ୍ଟେମ୍ବରର ବେତନରେ ଏକ ବଡ ଧରଣର ବୃଦ୍ଧି ହେବ ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଆକାଉଣ୍ଟରେ ଆସିବ ୨,୧୮,୨୦୦ ଟଙ୍କା ଆସିବ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: 7th Pay Commission: ଦୀର୍ଘ ଦିନ ଧରି ମହଙ୍ଗା ଭତ୍ତା (Dearness allowance) କୁ ଅପେକ୍ଷା କରିଥିବା କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ସରକାରୀ କର୍ମଚାରୀଙ୍କ ବର୍ଦ୍ଧିତ ଦରମା (7th Pay Commission Update) ସେପ୍ଟେମ୍ବରରେ ଆସିବାକୁ ଯାଉଛି । ପ୍ରକାଶ ଥାଉକି, ପ୍ରଥମେ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଟଙ୍କା ଜୁଲାଇ ମାସର ବେତନରେ ଆସିବ ବୋଲି କଳ୍ପନାଜଳ୍ପନା ଚାଲିଥିଲା । କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ବର୍ତ୍ତମାନ ଶେଷ ତିନୋଟି କିସ୍ତି ମଧ୍ୟ ସେପ୍ଟେମ୍ବର ଶେଷରେ ଦରମା ସହିତ ଆସିବ । ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ର କର୍ମଚାରୀ, ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ ଆପଣଙ୍କ ଦରମା କେତେ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ଆସିବ କି ନାହିଁ? ଜାଣନ୍ତୁ କ'ଣ କହିଛନ୍ତି ସରକାର

ଏହିପରି ହେବ DA ଗଣନା

କେନ୍ଦ୍ର କର୍ମଚାରୀଙ୍କ ସେପ୍ଟେମ୍ବରର ବେତନରେ ଏକ ବଡ ଧରଣର ବୃଦ୍ଧି ହେବ । ଏହି ନୂତନ ଘୋଷଣା ପରେ ଆପଣଙ୍କର ଦରମା କେତେ ବୃଦ୍ଧି ପାଇବ ତାହା ଜାଣିବା ପାଇଁ ଆପଣଙ୍କୁ ନିଜର ମୌଳିକ ଦରମା ବିଷୟରେ ଜାଣିବା ଆବଶ୍ୟକ । ଏହାସହ ଆପଣ ମଧ୍ୟ ଆପଣଙ୍କର ବର୍ତ୍ତମାନର DA ଦେଖନ୍ତୁ । ବର୍ତ୍ତମାନ ଏହା ୧୭ ପ୍ରତିଶତ ରହିଛି । ଯାହାକି DA ପୁନଃ ଆରମ୍ଭ ହେବା ପରେ ୨୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଯିବ । କେନ୍ଦ୍ର କର୍ମଚାରୀଙ୍କ DA ୧୧ ପ୍ରତିଶତ ବୃଦ୍ଧି ପାଇବ । ଏହି ଉପାୟରେ DA ୧ ଜୁଲାଇ ୨୦୨୧ରୁ ମୌଳିକ ବେତନର ୧୧ ପ୍ରତିଶତକୁ ବୃଦ୍ଧି ପାଇବ । ସେପଟେ, DR ର ଗଣନାରେ ମଧ୍ୟ ସମାନ ସୂତ୍ର ଲାଗୁ ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ଷଷ୍ଠ ଦିନ ୫୦ ହଜାରରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

ବର୍ତ୍ତମାନ କେତେ ମିଳିବ ଏରିୟର

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ (National Council of JCM) ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଓ ପେନସନଭୋଗୀଙ୍କ ମହଙ୍ଗା ରିଲିଫ (DR) ର ପୁନଃ ଆରମ୍ଭ ହେବାକୁ କିଛି ସମୟ ଲାଗିବ କିନ୍ତୁ ସେମାନଙ୍କ ଦରମାରେ ଭଲ ବୃଦ୍ଧି ଘଟିବ । କ୍ଲାସ୍ ୧ ଅଧିକାରୀଙ୍କ DA ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିବ । ସେ କହିଛନ୍ତି ଯେ ଯଦି ଲେଭଲ-୧୩ ଅର୍ଥାତ୍ ସପ୍ତମ ସିପିସି (7th CPC) ମୌଳିକ ବେତନ ସ୍କେଲ୍ ୧,୨୩,୧୦୦ରୁ ୨,୧୫,୯୦୦ ଟଙ୍କା କିମ୍ବା ଲେଭଲ୍ -୧୪ ବେତନମାନ ହିସାବ କରାଯାଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ବକେୟା ୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ହେବ ।