• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

୧.୫ କୋଟି ୱର୍କର୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର

ଏହାଦ୍ୱାରା କର୍ମଚାରୀ ଏବଂ ଶ୍ରମିକମାନଙ୍କର ସର୍ବନିମ୍ନ ବେତନ ହାର ମଧ୍ୟ ବୃଦ୍ଧି ପାଇବ । 

୧.୫ କୋଟି ୱର୍କର୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭେରିଏବଲ୍ ମହଙ୍ଗା ଭତ୍ତା (Variable Dearness Allowance) ବୃଦ୍ଧି କରିବାକୁ ଘୋଷଣା କରିଛି । ଏହି କର୍ମଚାରୀଙ୍କ VDA ରେ ୧୦୫ରୁ ୨୧୦ ଟଙ୍କା ପ୍ରତି ମାସ ବୃଦ୍ଧି କରିବାର ଘୋଷଣା କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୧.୫ କୋଟିରୁ ଅଧିକ ୱର୍କର୍ସ ଉପକୃତ ହେବେ । ଏହି ବୃଦ୍ଧି ଏପ୍ରିଲ ୧, ୨୦୨୧ରୁ କାର୍ଯ୍ୟକାରୀ ହେବ ।

ଅଧିକ ପଢ଼ନ୍ତୁ:-ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଏହାଦ୍ୱାରା କର୍ମଚାରୀ ଏବଂ ଶ୍ରମିକମାନଙ୍କର ସର୍ବନିମ୍ନ ବେତନ ହାର ମଧ୍ୟ ବୃଦ୍ଧି ପାଇବ । ଏହି ନିଷ୍ପତ୍ତି ସେଣ୍ଟ୍ରଲ ସ୍ଫେୟରର ନିର୍ଦ୍ଧାରିତ କାର୍ଯ୍ୟାନ୍ୱୟନ ସହିତ ଜଡିତ । ଏହାସହ ଏହା କେନ୍ଦ୍ର ସରକାରଙ୍କ ପ୍ରାଧିକରଣ, ରେଳ ପ୍ରଶାସନ, ଖଣି, ତୈଳ କ୍ଷେତ୍ର, ପ୍ରମୁଖ ବନ୍ଦର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ସମସ୍ତ ନିଗମ ପାଇଁ ଲାଗୁ ହେବ । ଚୁକ୍ତିନାମା ଏବଂ କାଜୁଆଲ୍ କର୍ମଚାରୀ କିମ୍ବା ଶ୍ରମିକମାନଙ୍କ ପାଇଁ ମଧ୍ୟ ଏହି ରେଟ୍ ଲାଗୁ ହେବ ।

ମୁଖ୍ୟ ଶ୍ରମ କମିଶନର (CLC) ଡିପିଏସ୍ ନେଗି କହିଛନ୍ତି ଯେ ସେଣ୍ଟ୍ରଲ ସ୍ଫେୟରର ୱର୍କର୍ସଙ୍କ ପାଇଁ ଭେରିଏବଲ୍ ମହଙ୍ଗା ଭତ୍ତା ମାସକୁ ୧୦୫ରୁ ୨୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ଏହା Variable Dearness Allowance (VDA) ର ରେଟକୁ ସଂଶୋଧନ କରାଯାଇଛି ଓ ଏହାକୁ ନୋଟିଫାଇ କରାଯାଇଛି । ଏହି ପରିବର୍ତ୍ତନ ଏପ୍ରିଲ ୧, ୨୦୨୧ରୁ କାର୍ଯ୍ୟକାରୀ ହୋଇଯିବ ।

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

କେନ୍ଦ୍ରୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟସୂଚୀ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀଙ୍କୁ Variable Dearness Allowance (VDA) ରେଟରେ ଏହି ବୃଦ୍ଧିରୁ ବଡ଼ ରିହାତି ମିଳିଛି । ଏହି ବୃଦ୍ଧି ଏପରି ସମୟରେ ଆସିଛି ଯେତେବେଳେ ଦେଶ କୋଭିଡ-19ର ଦ୍ୱିତୀୟ ଲହରର ସାମ୍ନା କରୁଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ କର୍ମଚାରୀଙ୍କ VDA ରେ ସଂଶୋଧନ କରାଯାଇଛି । ଶ୍ରମ ବ୍ୟୁରୋ ଏହି ମୂଲ୍ୟ ସୂଚକାଙ୍କ ସଂକଳନ କରିଥାଏ ।