ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା
Advertisement

ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା

ସାଧାରଣତଃ ପ୍ରତି ୬ ମାସରେ ଜାନୁଆରୀ ଓ ଜୁଲାଇରେ ମହଙ୍ଗା ଭତ୍ତାରେ ପରିବର୍ତ୍ତିନ କରାଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତାର ବର୍ତ୍ତମାନର ହାରକୁ ମୌଳିକ ବେତନ ସହିତ ଗୁଣନ କରି ମହଙ୍ଗା ଭତ୍ତାର ପରିମାଣ ବାହାର କରାଯାଇଥାଏ ।

ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି । ମହଙ୍ଗା ଭତ୍ତା (Dearness Allowance) ର ହିସାବ (calculation) କୁ ନେଇ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (Ministry of Labour and Employment) ମହଙ୍ଗା ଭତ୍ତା (DA) ର ହିସାବର ସୂତ୍ର ପରିବର୍ତ୍ତନ କରିଛି ।

ମହଙ୍ଗା ଭତ୍ତା (DA) ର ଆଧାର ବର୍ଷ ୨୦୧୬ରେ ପରିବର୍ତ୍ତନ କରାଯାଇଛି । ମନ୍ତ୍ରଣାଳୟ ମଜୁରୀ ଦର ସୂଚକାଙ୍କ (WRI-Wage Rate Index) ର ଏକ ନୂତନ ସିରିଜ୍ ଜାରି କରିଛି । ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଆଧାର ବର୍ଷ ୨୦୧୬=୧୦୦ ସହ WRI ର ନୂତନ ସିରିଜ୍ ୧୯୬୩-୬୫ର ଆଧାର ବର୍ଷର ପୁରୁଣା ସିରିଜର ସ୍ଥାନ ନେବ । ଅର୍ଥାତ, ବର୍ତ୍ତମାନ ମହଙ୍ଗା ଭତ୍ତା (DA) ର ଗଣନା କରିବାର ପଦ୍ଧତି ବଦଳିଯିବ ।

ଆଧାର ବର୍ଷ ବଦଳାନ୍ତି ସରକାର 

ଉଲ୍ଲେଖନୀୟ ବିଷୟ ହେଉଛି, ମୁଦ୍ରାସ୍ଫୀତିର ତଥ୍ୟ ଆଧାରରେ ସରକାର ସମୟ ସମୟରେ ପ୍ରମୁଖ ଆର୍ଥିକ ସୂଚକାଙ୍କ ପାଇଁ ଆଧାର ବର୍ଷକୁ ସଂଶୋଧନ କରନ୍ତି । ଅର୍ଥ ବ୍ୟବସ୍ଥାରେ ଆସୁଥିବା ପରିବର୍ତ୍ତନଗୁଡିକ ଆଧାରରେ ଏହା କରାଯାଇଥାଏ ଓ ଶ୍ରମିକମାନଙ୍କ ବେତନ ଢାଞ୍ଚା ଅନ୍ତର୍ଭୂକ୍ତ କରାଯାଇଥାଏ । ରାଷ୍ଟ୍ରୀୟ ପରିସଂଖ୍ୟାନ ଆୟୋଗ (National Statistical Commission) ର ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ର ସୁପାରିଶ ଅନୁଯାୟୀ ପରିଧି ବଢ଼ାଇବା ଓ  ସୂଚକାଙ୍କକୁ ଅଧିକ କ୍ରିୟାଶୀଳ କରିବା ପାଇଁ  ବେତନ ଦର ସୂଚକାଙ୍କର ଆଧାର ବର୍ଷ ୧୯୬୩-୬୫ରେ ପରିବର୍ତ୍ତନ କରି ୨୦୧୬ କରାଯାଇଛି ।

କିପରି ଗଣନା କରାଯାଏ ମହଙ୍ଗା ଭତ୍ତା?

ସାଧାରଣତଃ ପ୍ରତି ୬ ମାସରେ ଜାନୁଆରୀ ଓ ଜୁଲାଇରେ ମହଙ୍ଗା ଭତ୍ତାରେ ପରିବର୍ତ୍ତିନ କରାଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତାର ବର୍ତ୍ତମାନର ହାରକୁ ମୌଳିକ ବେତନ ସହିତ ଗୁଣନ କରି ମହଙ୍ଗା ଭତ୍ତାର ପରିମାଣ ବାହାର କରାଯାଇଥାଏ ।

ଏହା ବି ପଢ଼ନ୍ତୁ:-ଡିସେମ୍ୱର ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ଏହା ବି ପଢ଼ନ୍ତୁ:-କୋଇଲା ଖଣିରେ ଭୀଷଣ ଦୁର୍ଘଟଣା, ୫୧ ମୃତ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ପଞ୍ଚାୟତ ନିର୍ବାଚନ ​ଜିତିଲେ ମୃତ ବ୍ୟକ୍ତି

ଅଧିକ ପଢ଼ନ୍ତୁ:-ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା