7th Pay Commission: ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ମିଳିବ ଡ଼ବଲ ବୋନସ୍! ଜାଣନ୍ତୁ ଡିଟେଲ୍ସ
Advertisement

7th Pay Commission: ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ମିଳିବ ଡ଼ବଲ ବୋନସ୍! ଜାଣନ୍ତୁ ଡିଟେଲ୍ସ

ମିଡ଼ିଆ ରିପୋର୍ଟ ଅନୁଯାୟୀ ସଂଶୋଧିତ HRA କୁ ଏହି ମାସର ଦରମା ସହିତ ପ୍ରଦାନ କରାଯିବ । କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନେ ରହୁଥିବା ସହରଗୁଡିକର କ୍ୟାଟେଗୋରି ଅନୁଯାୟୀ HRA ଦିଆଯାଇଥାଏ ।

ପ୍ରତୀକାତ୍ମକ ଛବି

7th Pay Commission: ପ୍ରିୟତା ଭତ୍ତା (DA) ଓ ପ୍ରିୟତା ରିଲିଫ୍ (DR) ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ସପ୍ତାହରେ ଡ଼ବଲ ବୋନସ୍ ପାଇବେ ବୋଲି ଆଶା କରାଯାଉଛି । ଏହାପୂର୍ବରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଡିଏକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ୧ ଜୁଲାଇରୁ ଡିଏ ବୃଦ୍ଧି ଲାଗୁ ହେବ । ଏହାପରେ, କେନ୍ଦ୍ର ମଧ୍ୟ ଅଗଷ୍ଟ ୨୦୨୧ ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ଓ HRA କୁ ସେମାନଙ୍କର ବେସିକ ଦରମା ଆଧାରରେ ବୃଦ୍ଧି କରାଯିବା ଉଚିତ ବୋଲି କେନ୍ଦ୍ର ଏକ ନିର୍ଦ୍ଦେଶ ଜାରି କରିଛି । କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ, ଯଦି ଡିଏ କର୍ମଚାରୀଙ୍କ ବେସିକ ଦରମା ୨୫ ପ୍ରତିଶତରୁ ଅଧିକ ହୁଏ ତେବେ HRA କୁ ତିନି ପ୍ରତିଶତ ବୃଦ୍ଧି କରାଯିବ । ବ୍ୟୟ ବିଭାଗ ୨୦୧୭ ରେ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ DA ୨୫% ରୁ ଅଧିକ ହେଲେ HRA ସ୍ୱୟଂଚାଳିତ ଭାବରେ ସଂଶୋଧିତ ହେବ ।

ଏହା ବି ପଢ଼ନ୍ତୁ: ହକିରୁ ଅବସର ନେଲେ ରୁପିନ୍ଦର ଓ ବିରେନ୍ଦର ଲାକ୍ରା

ମିଡିଆ ରିପୋର୍ଟ ଅନୁଯାୟୀ, ସଂଶୋଧିତ HRA କୁ ଏହି ମାସର ଦରମା ସହିତ ପ୍ରଦାନ କରାଯିବ । ସେମାନେ ରହୁଥିବା ସହରଗୁଡିକର କ୍ୟାଟେଗୋରି ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନେ HRA ବୃଦ୍ଧି ପାଇଥାନ୍ତି । 'X' କ୍ୟାଟେଗୋରି ସହରରେ ରହୁଥିବା ଲୋକଙ୍କ ପାଇଁ ଏହି ବୃଦ୍ଧି ୨୭ ପ୍ରତିଶତ ହେବ । 'Y' ଓ 'Z' କେଟେଗୋରୀ ବାସିନ୍ଦାଙ୍କ ପାଇଁ HRA ବୃଦ୍ଧି ଯଥାକ୍ରମେ ୧୮ ପ୍ରତିଶତ ଓ ୯ ପ୍ରତିଶତ ହେବ ।

ଏହା ବି ପଢ଼ନ୍ତୁ: ଶେଷ ହେଲା ଏହି ଖେଳାଳୀଙ୍କ କ୍ରିକେଟର କ୍ୟାରିୟର! ଟିମ୍ ଇଣ୍ଡିଆ ପରେ ଏବେ IPL ରୁ ହେଲେ ବିଦା

୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ X କ୍ୟାଟେଗୋରି ଅଛନ୍ତି । ଜନସଂଖ୍ୟା ୫ ଲକ୍ଷରୁ ଅଧିକ ଓ ପାଞ୍ଚ ଲକ୍ଷରୁ କମ୍ ସହରଗୁଡିକ ଯଥାକ୍ରମେ Y ଓ Z କେଟେଗୋରୀ ସହରଗୁଡିକରେ ସ୍ଥାନିତ ହୋଇଛି ।

ଏହା ବି ପଢ଼ନ୍ତୁ: ବରିଷ୍ଠ ନାଗରିକମାନଙ୍କୁ ଚାକିରି ଦେବେ ମୋଦି ସରକାର, ଏହି ପୋର୍ଟାଲରେ କରନ୍ତୁ ରେଜିଷ୍ଟ୍ରେସନ

ଏଣ୍ଟ୍ରି ଲେଭଲ (ଲେଭଲ-୧) ରେ ଜଣେ ସରକାରୀ କର୍ମଚାରୀଙ୍କ ଦରମା ୧୮,୦୦୦ ରୁ ୫୬,୯୦୦ ଟଙ୍କା ମଧ୍ୟରେ ରହିଛି, ଅର୍ଥାତ୍ ଜଣେ ସରକାରୀ କର୍ମଚାରୀଙ୍କ ବେସିକ ଦରମା ଏହି ସୀମା ମଧ୍ୟରେ ଅଛି । ୧୭୦୦୦ DA ହାରରେ ୧୮୦୦୦ ଟଙ୍କା ଦରମା ଥିବା କର୍ମଚାରୀମାନେ ଜୁନ୍ ୨୦୨୧ ପର୍ଯ୍ୟନ୍ତ DA ଭାବରେ ୩୦୬୦ ଟଙ୍କା ପାଉଥିଲେ । ଅବଶ୍ୟ, ଜୁଲାଇ ୨୦୨୧ ରୁ (DA ବୃଦ୍ଧି ପରେ) ଏହି କର୍ମଚାରୀମାନେ ମାସକୁ ୫୦୪୦ ଟଙ୍କା ପାଉଛନ୍ତି ।