• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଏହି ସରକାରୀ କର୍ମଚାରୀଙ୍କ କଟିବ ଦରମା, ଜାରି ହେଲା ଆଦେଶ

ଗଭୀର କୋରୋନା ସଙ୍କଟ ଏହି ନିଷ୍ପତ୍ତିର କାରଣ ବୋଲି ସରକାର ଦର୍ଶାଇଛନ୍ତି । କ୍ଲାସ୍ ୱାନ୍ ଓ କ୍ଲାସ୍ ଟୁ କର୍ମଚାରୀଙ୍କ ୨ ଦିନର ଦରମା କଟାଯିବ, ଯେତେବେଳେ କି କ୍ଲାସ୍ ଥ୍ରିର ଓ କ୍ଲାସ୍ ଫୋର୍ ଗ୍ରେଡ୍ କର୍ମଚାରୀଙ୍କ ଗୋଟିଏ ଦିନର ଦରମା କଟାଯିବ ।

ଏହି ସରକାରୀ କର୍ମଚାରୀଙ୍କ କଟିବ ଦରମା, ଜାରି ହେଲା ଆଦେଶ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Himachal Pradesh Government Employees: ଦିନକୁ ଦିନ ଭାରତରେ  କୋରୋନା ସଙ୍କଟ (Coronavirus Crisis) ଗଭୀର ହେବାରେ ଲାଗିଛି । କୋରୋନାର ଦ୍ୱିତୀୟ ଲହରୀ ହିମାଚଳ ପ୍ରଦେଶ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିରୁ ଏହା ପ୍ରତୀତ ହେଉଛି । ରାଜ୍ୟ ସରକାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା

ଗଭୀର କୋରୋନା ସଙ୍କଟ ଏହି ନିଷ୍ପତ୍ତିର କାରଣ ବୋଲି ସରକାର ଦର୍ଶାଇଛନ୍ତି । କ୍ଲାସ୍ ୱାନ୍ ଓ କ୍ଲାସ୍ ଟୁ କର୍ମଚାରୀଙ୍କ ୨ ଦିନର ଦରମା କଟାଯିବ, ଯେତେବେଳେ କି କ୍ଲାସ୍ ଥ୍ରିର ଓ କ୍ଲାସ୍ ଫୋର୍ ଗ୍ରେଡ୍ କର୍ମଚାରୀଙ୍କ ଗୋଟିଏ ଦିନର ଦରମା କଟାଯିବ ।

ଅଧିକ ପଢ଼ନ୍ତୁ:-ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ହୋଇଯିବ ୨୮ ପ୍ରତିଶତ! ବଢ଼ିବ ଦରମା ଓ ପେନସନ୍

ସ୍ୱାସ୍ଥ୍ୟ ବିଭାଗର ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀର ଅଧିକାରୀଙ୍କ ଗୋଟିଏ ଦିନର ଦରମା କଟାଯିବ । ଏମାନଙ୍କ ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗର କୌଣସି କର୍ମଚାରୀଙ୍କ ଦରମା କଟାଯିବ ନାହିଁ । ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ଏହି ନିଷ୍ପତ୍ତି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବେତନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।