ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!
Advertisement

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!

ମହଙ୍ଗା ଭତ୍ତା (DA) ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଦେଶରେ କାର୍ଯ୍ୟ କରୁଥିବା କେନ୍ଦ୍ର କର୍ମଚାରୀ (Central Govt Employees) ଓ ପେନସନଭୋଗୀ (Central Govt Pensioners) ଙ୍କୁ ମହଙ୍ଗା ଭତ୍ତା (Dearness Allowance) କୁ ନେଇ ବଡ଼ ଆଶ୍ୱସ୍ତି ମିଳିପାରେ । ଖବର ହେଉଛି ଯେ ଏହି ବର୍ଷରେ ଅର୍ଥାତ୍ ୨୦୨୧ ମସିହାରେ ସେମାନଙ୍କର ଦରମା ଏବଂ ପେନସନ୍ ବୃଦ୍ଧି ହେବାର ଆଶା କରାଯାଉଛି । କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (DA) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି ।

ଅଧିକ ପଢ଼ନ୍ତୁ:-ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?

ଅନ୍ୟପକ୍ଷେ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, କେନ୍ଦ୍ରର ମୋଦି ସରକାର (Modi Govt) ଜୁନ ୨୦୨୧ ପରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରିବର୍ତ୍ତେ ଚଳିତ ମାସ ଅର୍ଥାତ୍ ଜାନୁଆରୀ ୨୦୨୧ରେ ହିଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଯଦି ସରକାର ଜାନୁଆରୀରୁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି, ତେବେ ସେମାନଙ୍କ ଦରମା ଏବଂ ପେନସନ୍ ଅତି କମରେ ୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

ସେପଟେ ନିକଟ ଅତୀତରେ କର୍ମଚାରୀଙ୍କ ଅର୍ଜିତ ଛୁଟି ବିଷୟରେ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବାସ୍ତବରେ, ଗଣମାଧ୍ୟମର ଏକ ବର୍ଗ କହିଛି ଯେ ସ୍ଥାୟୀ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ ୨୦ ଦିନ ଅର୍ଜିତ ଛୁଟିର ଲାଭ ଉଠାଇବା ବାଧ୍ୟତାମୂଳକ ଅଟେ ।

ଅଧିକ ପଢ଼ନ୍ତୁ:-'ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ'

ସରକାରୀ ଫ୍ୟାକ୍ଟ ଚେକର୍ PIB FACT ଚେକ୍ ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି । PIB ଫ୍ୟାକ୍ଟ ଚେକ୍ ଏହି ଖବରର ଅନୁସନ୍ଧାନ କରିଛି । ଯେଉଁଥିରେ ଏହା ମିଛ ବୋଲି ପ୍ରମାଣିତ ହୋଇଛି । ସରକାର ଏଭଳି ନିଷ୍ପତ୍ତି ନେଇନାହାଁନ୍ତି ବୋଲି ଟ୍ୱିଟ୍ କରି PIB ତରଫରୁ ସୂଚନା ଦିଆଯାଇଛି ।