• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ଖୁବ୍ ଶୀଘ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!

କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତାର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।

ଖୁବ୍ ଶୀଘ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀମାନେ ଦରମା ବୃଦ୍ଧିକୁ ଅପେକ୍ଷା କରି ବସିଛନ୍ତି ।  ଅତି ଶୀଘ୍ର ସେମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ । କାରଣ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଉପରେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି । ଚଳିତ ବର୍ଷ ହୋଲି ପୂର୍ବରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।  କୋରୋନା ସଙ୍କଟ (Coronavirus Crisis) କାରଣରୁ କମ ଭତ୍ତା (DA) ପାଉଥିବା ୫୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ସରକାର ଡିଏ ଉପରେ ରିଲିଫ ଦେଇ ବେତନ ବୃଦ୍ଧି କରିପାରନ୍ତି । ପେନସନଭୋଗୀ (Central Govt Pensioners) ତଥା କର୍ମଚାରୀମାନେ (Central Govt Employees ମଧ୍ୟ ସିଧାସଳଖ ଲାଭବାନ ହେବେ ।

ଅଧିକ ପଢ଼ନ୍ତୁ:-ବଢ଼ିଲା ରେଳ ଭଡ଼ା

ବାସ୍ତବରେ, କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତାର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବିଜେପିର ବୃହତ ବିଜୟ

ଡିଏକୁ ନେଇ ନିରାଶା ମଧ୍ୟରେ ଫ୍ୟାମିଲି ପେନସନ୍‌ ଉପରେ ସରକାର ଏକ ବଡ଼ ରିହାତି ଦେଇଛନ୍ତି । ଫ୍ୟାମିଲି ପେନସନ ସୀମାକୁ ୪୫ ହଜାରରୁ ବୃଦ୍ଧି କରି ୧.୨୫ ଲକ୍ଷ ପ୍ରତି ମାସ କରିଛନ୍ତି । ସରକାର ଏହି ପେନସନକୁ ଅଢ଼େଇ ଗୁଣ ବୃଦ୍ଧି କରିଛନ୍ତି । କର୍ମଚାରୀମାନେ ଏହାକୁ ବହୁ ଦିନରୁ ଦାବି କରିଆସୁଥିଲେ । ଏହି ପ୍ରସଙ୍ଗରେ ସରକାର ମଧ୍ୟ ସଂସଦରେ ସୂଚନା ଦେଇଛନ୍ତି ।