• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାର ନେଲା ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

HBA ବିଷୟରେ କହିବାକୁ ଗଲେ, ସେହି ସରକାରୀ କର୍ମଚାରୀ ଯେଉଁମାନେ ନିଜ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ସୁବିଧା ଦିଆଯାଉଛି । ଏ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାର ନେଲା ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀ (Central Govt Employees) ଙ୍କ ପାଇଁ ସରକାର (Modi Govt) କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କ ପକେଟ ଉପରେ ଏଗୁଡ଼ିକର ସିଧାସଳଖ ପ୍ରଭାବ ପଡୁଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance), ଘର ଭଡା ଭତ୍ତା (HRA), ପେନସନ୍ (Pension) ଇତ୍ୟାଦି ସମ୍ବନ୍ଧରେ ଏହି ନିଷ୍ପତ୍ତି ନିଆଯାଇଛି ।

ନିକଟ ଅତୀତରେ ସରକାର କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ପେନସନ୍ ସମ୍ବନ୍ଧୀୟ ଏକ ନିୟମରେ ସରକାର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏହା ଦ୍ୱାରା କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିମ୍ବା ନିର୍ଭରଶୀଳ ଉପକୃତ ହେବେ । ପ୍ରକୃତରେ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ପେନସନ୍‌ ପାଇଁ ୭ ବର୍ଷ ସେବା ସର୍ତ୍ତର ଆବଶ୍ୟକତା ରଦ୍ଦ କରାଯାଇଛି । ଅର୍ଥାତ୍ ୭ ବର୍ଷ ପୂର୍ବରୁ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପରିବାର କିମ୍ବା ତାଙ୍କ ନିର୍ଭରଶୀଳଙ୍କୁ ୫୦ ପ୍ରତିଶତ ପେନସନ୍ ଦିଆଯିବ ।

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ପ୍ରାୟ ୪ ହଜାର ସଂକ୍ରମିତଙ୍କ ମୃତ୍ୟୁ

HBA ବିଷୟରେ କହିବାକୁ ଗଲେ, ସେହି ସରକାରୀ କର୍ମଚାରୀ ଯେଉଁମାନେ ନିଜ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ସୁବିଧା ଦିଆଯାଉଛି । ଏହି ଯୋଜନା ଅଧୀନରେ ସରକାର ୭.୯ ପ୍ରତିଶତ ସୁଧ ହାରରେ ଋଣ ଦେଉଛନ୍ତି । କର୍ମଚାରୀମାନେ ଏହା ପାଇଁ ଆବେଦନ କରିପାରିବେ । ସରକାର ଏହି ଯୋଜନାର ସମୟସୀମା ବୃଦ୍ଧି କରିଛନ୍ତି । ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ । 

ଅଧିକ ପଢ଼ନ୍ତୁ:-ଦୁନିଆର ୬ଟି ଦେଶର ଶପଥ, କ୍ଷମତା ବଳରେ ତାଲିବାନକୁ କରିବାକୁ ଦେବେ ନାହିଁ ଦଖଲ

ଏହା ବ୍ୟତୀତ ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ DA ଓ DR ବୃଦ୍ଧି କରିଛନ୍ତି । DA ଓ DR କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । DA ବୃଦ୍ଧି ସହିତ HRA କୁ ମଧ୍ୟ ସଂଶୋଧନ କରାଯାଇଛି । ବାସ୍ତବରେ, ବ୍ୟୟ ବିଭାଗ ୭ ଜୁଲାଇ ୨୦୧୭ରେ ଏକ ନିର୍ଦ୍ଦେଶ ଜାରି କରି କହିଥିଲା ଯେ, ଯେତେବେଳେ ମହଙ୍ଗା ଭତ୍ତା ୨୫ ପ୍ରତିଶତରୁ ଅଧିକ ହେବ, ଘର ଭଡା ଭତ୍ତା ସଂଶୋଧିତ ହେବ । ଜୁଲାଇ ୧ରୁ ପ୍ରଭାବ ସହିତ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି କାରଣରୁ HRA କୁ ମଧ୍ୟ ସଂଶୋଧନ କରାଯାଇଛି ।