Advertisement
Article Detail0/zeeodisha/odisha990292
Zee OdishaOdisha National-InternationalDA ୩୧ ପ୍ରତିଶତ ହେବା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଏସବୁ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

DA ୩୧ ପ୍ରତିଶତ ହେବା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଏସବୁ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

କେନ୍ଦ୍ର ସରକାର ବର୍ତ୍ତମାନ ହାଉସ ରେଣ୍ଟ ଅଲାଉନ୍ସ (HRA) ବୃଦ୍ଧି କରିବାକୁ ଯାଉଛନ୍ତି ।

DA ୩୧ ପ୍ରତିଶତ ହେବା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଏସବୁ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର ସରକାର (Central Govt) ନିକଟ ଅତୀତରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସରକାର କର୍ମଚାରୀଙ୍କ DA ଓ DR କୁ ପୁଣିଥରେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇପାରେ । ଏହାର ଅର୍ଥ ହେଉଛି ଯେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଖୁବ୍ ଶୀଘ୍ର ନିଜ ମୂଳ ବେତନର ୩୧ ପ୍ରତିଶତ ବରାବର DA ଓ DR ପାଇପାରନ୍ତି ।

କେନ୍ଦ୍ର ସରକାର ବର୍ତ୍ତମାନ ହାଉସ ରେଣ୍ଟ ଅଲାଉନ୍ସ (HRA) ବୃଦ୍ଧି କରିବାକୁ ଯାଉଛନ୍ତି । ସାଧାରଣତଃ DA ୨୫ ପ୍ରତିଶତରୁ ଅଧିକ ହେଲେ HRA ସ୍ୱୟଂଚାଳିତ ଭାବରେ ବୃଦ୍ଧି ପାଇଥାଏ । ତେଣୁ DA ର ସଂଶୋଧନ ସହିତ HRA ଖୁବ ଶୀଘ୍ର ୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସହରର ବର୍ଗ ଅନୁଯାୟୀ କର୍ମଚାରୀଙ୍କୁ ୨୭ ପ୍ରତିଶତ, ୧୮ ପ୍ରତିଶତ ଏବଂ ୯ ପ୍ରତିଶତ HRA ମିଳିଥାଏ ।

ସହରଗୁଡିକର ବର୍ଗ - X, Y ଏବଂ Z ଉପରେ ଆଧାର କରି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ HRA ଜମା କରାଯାଇଥାଏ । X ବର୍ଗର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ HRA ଭାବେ ପ୍ରତି ମାସକୁ ୫୪୦୦ରୁ ଅଧିକ ମିଳିବ । Y ବର୍ଗ ଓ Z ବର୍ଗର କର୍ମଚାରୀମାନେ HRA ଭାବରେ ପ୍ରତି ମାସକୁ ଯଥାକ୍ରମେ ୩୬୦୦ ଟଙ୍କା ଓ ୧୮୦୦ ଟଙ୍କା ପାଇବେ ।

Add Zee News as a Preferred Source

ଏହି ମଧ୍ୟରେ କେନ୍ଦ୍ର ସରକାର ପରିବାର ପେନସନର ସୀମାକୁ ୪୫,୦୦୦ରୁ ବୃଦ୍ଧି କରି ୧.୨୫ ଲକ୍ଷ ଟଙ୍କା କରିଛନ୍ତି । ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ “ଜୀବନର ସୁଗମତା” ଆଣିବା ଓ ସେମାନଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସୁରକ୍ଷା ଯୋଗାଇବା ।

ଅଧିକ ପଢ଼ନ୍ତୁ:-ତାଲିବାନ ସରକାରରେ ଫାଟ: ରାଷ୍ଟ୍ରପତି ଭବନରେ ଡେପୁଟି ପିଏମ ବରାଦର ଉପରେ ହେଲା ଲାତ ଓ ବିଧାର ବର୍ଷା! ବଢ଼ୁଛି ହକ୍କାନୀ ଗୋଷ୍ଠୀର ଦବଦବା

ଅଧିକ ପଢ଼ନ୍ତୁ:-କିସମିସରେ ଲୁଚି ରହିଛି ପୁରୁଷଙ୍କ ସ୍ୱାସ୍ଥ୍ୟର ରହସ୍ୟ: ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୫୬ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

 

 

About the Author