ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...
Advertisement

ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...

ରିପୋର୍ଟ ଅନୁଯାୟୀ, ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏହାର ଆୟକୁ ୮୦.୧୫ ପ୍ରତିଶତ ବୃଦ୍ଧି କରିଛି । SBI ଗତ ଆର୍ଥିକ ବର୍ଷ ଶେଷରେ (ମାର୍ଚ୍ଚ ୨୦୨୧ ତ୍ରୈମାସିକ) ନେଟ୍ ପ୍ରୋଫିଟ୍ ରୂପରେ ୬,୪୫୦.୭ କୋଟିର ଲାଭ ହୋଇଛି । 

ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜର କର୍ମଚାରୀମାନଙ୍କୁ ୧୫ ଦିନର ଅତିରିକ୍ତ ବେତନ ଦେଇପାରେ । କର୍ମଚାରୀଙ୍କ ପରଫର୍ମିସ୍ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଅନ୍ତର୍ଗତ ଏହାର ଫାଇଦା ମିଳିବ । ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, SBI କର୍ମଚାରୀଙ୍କୁ ୧୫ ଦିନର ଦରମା ସହିତ PLI ବୋନସ ଦିଆଯିବ ।

ଅଧିକ ପଢ଼ନ୍ତୁ:-ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଉପରେ କୋରୋନା ପ୍ରଭାବ, ୫ ଗୁଣ ପର୍ଯ୍ୟନ୍ତ ବଢ଼ିଲା ଝଗଡ଼ା, ଜାଣନ୍ତୁ କାରଣ

ରିପୋର୍ଟ ଅନୁଯାୟୀ, ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏହାର ଆୟକୁ ୮୦.୧୫ ପ୍ରତିଶତ ବୃଦ୍ଧି କରିଛି । SBI ଗତ ଆର୍ଥିକ ବର୍ଷ ଶେଷରେ (ମାର୍ଚ୍ଚ ୨୦୨୧ ତ୍ରୈମାସିକ) ନେଟ୍ ପ୍ରୋଫିଟ୍ ରୂପରେ ୬,୪୫୦.୭ କୋଟିର ଲାଭ ହୋଇଛି । ବ୍ୟାଙ୍କକୁ ହୋଇଥିବା ଲାଭର ସିଧା ପ୍ରଭାବ ବ୍ୟାଙ୍କ କର୍ମଚାରୀଙ୍କୁ ହେବ ।

ଅଧିକ ପଢ଼ନ୍ତୁ:-ଏହି ଔଷଧର ଓଭର ଡୋଜ ଯୋଗୁଁ ହୋଇପାରେ ବ୍ଲାକ ଫଙ୍ଗସ୍? ଏହାକୁ ନେଉନାହାଁନ୍ତି ତ ଆପଣ

ବାସ୍ତବରେ, ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ନଭେମ୍ବର ୨୦୨୦ରେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ (IBA) ସହିତ  PLI କୁ ଅନୁମୋଦନ କରିଥିଲେ । ଆଇବିଏ ୱେଜ୍ ଏଗ୍ରିମେଣ୍ଟ ଉପରେ ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତି ପରେ କର୍ମଚାରୀ ବ୍ୟାଙ୍କର ଲାଭ ଆୟ ପରେ ଇନ୍ସେଣ୍ଟିବ ପାଇବାକୁ ହକଦାର । ଏହା ଅନୁଯାୟୀ, ଯଦି ବ୍ୟାଙ୍କ ୫ ପ୍ରତିଶତରୁ ୧୦ ପ୍ରତିଶତ ମଧ୍ୟରେ ଲାଭ ରେକର୍ଡ କରେ ତେବେ କର୍ମଚାରୀମାନଙ୍କୁ ୫ ଦିନର ବେତନ ସହିତ ସମାନ ଇନ୍ସେଣ୍ଟିବ ଦିଆଯିବ ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ଅନ୍ୟ ପଟେ, ଯଦି ଲାଭ ୧୦ ପ୍ରତିଶତରୁ ୧୫ ପ୍ରତିଶତ ମଧ୍ୟରେ ଥାଏ, ତେବେ ୧୦ ଦିନର ବେତନ ସହିତ ସମାନ ଇନ୍ସେଣ୍ଟିବ ଏବଂ ଯଦି ଲାଭ ୧୫ ପ୍ରତିଶତରୁ ଅଧିକ ହୁଏ, ତେବେ ୧୫ ଦିନର ବେତନ ସହିତ ସମାନ ଇନ୍ସେଣ୍ଟିବ ଦିଆଯାଇଥାଏ । ବିଶେଷ କଥା ହେଉଛି ଏହା ସମସ୍ତ କର୍ମଚାରୀଙ୍କ ପାଇଁ ହୋଇଥାଏ । କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନୁହେଁ ବରଂ ବ୍ୟାଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାରିତ ହେବ PLI ।