Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।
Trending Photos
)
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ବିହାରର କଟିହାର ଜିଲ୍ଲାରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। ବିବାହ ଉତ୍ସବରୁ ଫେରୁଥିବା ବେଳେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନ୍ ଭିନ୍ ଚଳାଇଛି।....
ALSO READ: Odisha Weather Report: ଆସନ୍ତା ୨୪ ଘଣ୍ଟାରେ ଏହିସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ଆଲର୍ଟ ଜାରି
ସୂଚନା ଅନୁସାରେ ମଙ୍ଗଳବାର ଭୋର୍ ସମୟରେ ଏକ ସ୍କର୍ପିଓ ଗାଡି଼ରେ ୧୦ ଜଣ ବ୍ୟକ୍ତି ଏକ ବିବାହ ଉତ୍ସବ ସାରି,କିସନଗଂଜ ଜିଲ୍ଲାର ପୋଥିଆ ଅଞ୍ଚଳ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରାକ୍ଟରକୁ ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲେ।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ସରକାରୀ ମେଡିକାଲ୍ କୁ ପଠାଇଥିବା ବେଳେ ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ତେବେ, ସମସ୍ତ ମୃତକଙ୍କ ସୁପୌଲ୍ ଜିଲ୍ଲାର ବାସିନ୍ଦା ହୋଇଥିବା ଜଣାପଡିଛି। କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ହେଲା ସେନେଇ କାରଣ ଖୋଜୁଛି ପୋଲିସ୍।
ମୃତକମାନେ ହେଲେ ଟୁନଟୁନ୍ କୁମାର, ଜ୍ୟୋତିଷ କୁମାର, ପ୍ରିନ୍ସ କୁମାର, ଅଜୟ କୁମାର, ସିକ୍କୁ କୁମାର ଓ ଅନ୍ୟ ତିନି ଜଣଙ୍କ ନାଁ ଜଣା ପଡି ନାହିଁ। ତେବେ, ସୌଭାଗ୍ୟର କଥା ହେଉଛି ବରଗାଡିଟି ପଛରେ ଆସୁଥିବାରୁ ଏହି ଦୁର୍ଘଟଣାରୁ ବର ଅଳ୍ପକେ ବର୍ତ୍ତିଯାଇଛି। ତେବେ, ୮ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।