Trending Photos
)
ପାଟନା: ବିହାରରେ ବଜ୍ରପାତ ଓ ଝଡ଼ ପ୍ରବଳ ଧ୍ୱଂସ ଘଟାଇଛି । ଗୁରୁବାର ବଜ୍ରପାତରେ ବିହାରରେ ୮୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ଅନେକ ଲୋକ ଜଳି ଯାଇଛନ୍ତି । ଉତ୍ତରପ୍ରଦେଶରେ ମଧ୍ୟ ବଜ୍ରପାତରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।
ବିହାରର ୨୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ମାନବ କ୍ଷୟକ୍ଷତି ହୋଇଛି । ସର୍ବାଧିକ ମୃତ୍ୟୁ ଗୋପାଳଗଞ୍ଜରେ ଘଟିଛି । ଯେଉଁଠାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ମଧୁବନୀ ଓ ନବାଡାରେ ୮-୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ଆସିଛି । ମୁଁ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।
बिहार और उत्तर प्रदेश के कुछ जिलों में भारी बारिश और आकाशीय बिजली गिरने से कई लोगों के निधन का दुखद समाचार मिला। राज्य सरकारें तत्परता के साथ राहत कार्यों में जुटी हैं। इस आपदा में जिन लोगों को अपनी जान गंवानी पड़ी है, उनके परिजनों के प्रति मैं अपनी संवेदना प्रकट करता हूं।
— Narendra Modi (@narendramodi) June 25, 2020
ବିହାରରେ ଏପରି ୮ଟି ଜିଲ୍ଲା ଅଛି । ଯେଉଁଠାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ମଧୁବନୀ ଓ ନବାଡା ବ୍ୟତୀତ ଗୋପାଳଗଞ୍ଜ, ପୂର୍ବ ଚମ୍ପାରନ୍, ସିୱାନ୍, ବାଙ୍କା, ଦରଭଙ୍ଗା, ଭାଗଲପୁର ।