କୋରୋନା ତାଣ୍ଡବ: ଦେଶରେ ଗତ ୨୪ ଘଣ୍ଟାରେ ୨୫୭୩ ପଜିଟିଭ ମାମଲା, ୮୩ ଆକ୍ରାନ୍ତଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha676485

କୋରୋନା ତାଣ୍ଡବ: ଦେଶରେ ଗତ ୨୪ ଘଣ୍ଟାରେ ୨୫୭୩ ପଜିଟିଭ ମାମଲା, ୮୩ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ କୋରୋନା ସଂକ୍ରମିତ ମାମଲା କ୍ରମାଗତ ବଢ଼ି ଚାଲିଥିବାରୁ ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟର ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ଥିଲା । କିନ୍ତୁ ଗୃହ ମନ୍ତ୍ରଣାଳୟ ଏହାକୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅନ୍ୟପକ୍ଷେ ଏହି ଲକଡାଉନ ବେଳେ ଏଥିରେ କିଛି ରିହାତି ମଧ୍ୟ ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ୍ ଦିନକୁ ଦିନ ଆତଙ୍କ ସୃଷ୍ଟି କରି ଚାଲିଛି। ଦେଶରେ ଚାଲିଥିବା ଲକଡାଉନ ସତ୍ତ୍ୱେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୩ ହଜାର ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ୪୨,୮୩୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୭୩ଟି ନୂତନ କୋରୋନା ମାମଲା ସାମ୍ନାକୁ  ଆସିଛି । ଆଉ ଏହି ସମୟ ମଧ୍ୟରେ ୮୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୧୩୮୯ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଗୋଟିଏ ଫଳ ଖବର ହେଉଛି ଯେ ୧୧,୭୬୨ ଜଣ କୋରୋନା ରୋଗୀ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । 

ଦେଶରେ କୋରୋନା ସଂକ୍ରମିତ ମାମଲା କ୍ରମାଗତ ବଢ଼ି ଚାଲିଥିବାରୁ ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟର ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ଥିଲା । କିନ୍ତୁ ଗୃହ ମନ୍ତ୍ରଣାଳୟ ଏହାକୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅନ୍ୟପକ୍ଷେ ଏହି ଲକଡାଉନ ବେଳେ ଏଥିରେ କିଛି ଆଶ୍ୱସ୍ତି ମଧ୍ୟ ଦିଆଯାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସୋମବାର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ସାରା ଦେଶରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ଘରକୁ ଫେରାଇବା ପାଇଁ ଟ୍ରେନ୍ ଯାତ୍ରା ଖର୍ଚ୍ଚ ବହନ କରିବ । କଂଗ୍ରେସ ଟ୍ୱିଟ କରି ଲେଖିଛି ଯେ, ଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ରାଜ୍ୟ କଂଗ୍ରେସ କମିଟିର ପ୍ରତ୍ୟେକ ୟୁନିଟ୍ ପ୍ରତ୍ୟେକ ଅଭାବୀ ଶ୍ରମିକଙ୍କ ଘରକୁ ଫେରିବାର ଟିକେଟ ଖର୍ଚ୍ଚ ବହନ କରିବ । ଏହାସହ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ଟ୍ୱିଟ୍ କରାଯାଇଛି ।

;